ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା । 

167

କନକ ବ୍ୟୁରୋ : ଦେଶରେ ଟିକାକରଣ  ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ସରକାର ସଙ୍କେତ ଦେଇସାରିଛନ୍ତି ।  ଆସନ୍ତାକାଲି  ଟିକାକରଣ ଡ୍ରାଏ ରନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ବୈଠକରେ ସାମିଲ ହେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ।  ଦିନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ଏହି ବୈଠକ । ପୂର୍ବରୁ ପ୍ରଥମ ଦଫାରେ ୪ଟି ରାଜ୍ୟରେ  ଟିକାର ଡ୍ରାଏରନ କରାଯାଇଥିଲା । ପରେ ରାଜ୍ୟର ୩୧ଟି ସ୍ଥାନରେ ଗତ ଶନିବାରଦିନ ଟିକାକରଣର ଡ୍ରାଏରନ ହୋଇଥିଲା ।

କୋଭିଡ ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେକୌଣସି ମୁହୂର୍ତରେ ଟିକା ପହଂଚିପାରେ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକା ଆସିଯିବା ପରେ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ । ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକା କେନ୍ଦ୍ରକୁ ଭ୍ୟାକସିନକୁ ପଠାଯିବ । କେଉଁଠି ଟିକାକରଣ କରାଯିବ ସେନେଇ ଜିଲ୍ଲାପାଳମାନଙ୍କୁ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।