କନକ ବ୍ୟୁରୋ: ଡିସେମ୍ବର ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । କଟକଣାକୁ କିଛି ମାତ୍ରାରେ ଟାଇଟ କରିବାକୁ ନୂଆ ଗାଇଡଲାଇନରେ ସଙ୍କେତ । ନାଇଟ କର୍ଫ୍ୟୁକୁ ହଁ, ଲକଡାଉନକୁ ନା କଲେ କେନ୍ଦ୍ର ସରକାର । ଡିସେମ୍ବର ଗାଇଡଲାଇନରେ ରାଜ୍ୟ ସରକାରଙ୍କୁ ନାଇଟ କର୍ଫ୍ୟୁ କ୍ଷମତା ଦେଇଛନ୍ତି । ତେଣୁ ରାଜ୍ୟ ସରକାର ନେଇପାରିବେ ନାଇଟ କର୍ଫ୍ୟୁ ନିଷ୍ପତ୍ତି । ଏଥିସହ ଆବଶ୍ୟକ ସ୍ଥଳେ ଅର୍ଥାତ ଯେଉଁଠି ଜରୁରୀ ଥିବ ସେଠାରେ ଲଗାଯାଇ ପାରିବ କଟକଣା । ରାଜ୍ୟ ସରକାର ପରିସ୍ଥିତି ଦେଖି କଟକଣା ଲଗାଇ ପାରିବେ ମାତ୍ର ଲକଡାଉନ ନିଷ୍ପତ୍ତି ନେଇପାରିବେନି । ଲକଡାଉନ ଲଗାଇବାକୁ ନେବାକୁ ପଡିବ କେନ୍ଦ୍ରର ଅନୁମତି ।
States and UTs also need to enforce social distancing in offices. In cities, where weekly positivity rate is over 10%, States/UTs concerned shall consider implementing staggered office timings & other measures, to ensure social distancing: Ministry of Home Affairs#COVID19 https://t.co/EsQR48430P
— ANI (@ANI) November 25, 2020
ସେପଟେ କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ କଟକଣା । କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ । କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ନିଷ୍ପତ୍ତିକୁ ନା କରିଛି କେନ୍ଦ୍ର । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ, ଥିଏଟର । ପ୍ରଦର୍ଶନୀ ହଲ କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲାଯାଇ ପାରିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ । ଡିସେମ୍ବର ୧ରୁ ୩୧ ଯାଏଁ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ।