କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ମେଡିକାଲ କଲେଜ ଏବଂ ଏମବିବିଏସ ସିଟ୍ ସଂଖ୍ୟା ବଢିବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ବର୍ଷ ୫୦ ନୂଆ ମେଡିକାଲ କଲେଜକୁ ଅନୁମତି ଦେଇଛନ୍ତି । ଏହି ତାଲିକାରେ ୩୦ଟି ସରକାରୀ ଏବଂ ୨୦ ବେସରକାରୀ ମେଡିକାଲ କଲେଜ ସାମିଲ ରହିଛି । ସେହିଭଳି ବର୍ତ୍ତମାନ ଥିବା କଲେଜରେ ପାଖପାଖି ୨ ହଜାର ସିଟ୍ ବୃଦ୍ଧି କରାଯିବ । ଏହି ସଂଖ୍ୟା ବୃଦ୍ଧି ପରେ ଦେଶରେ ମେଡିକାଲ କଲେଜରେ ଏମବିବିଏସ ସିଟ ସଂଖ୍ୟା ୧ ଲକ୍ଷ ପାର କରିବ । ବିଭିନ୍ନ ରାଜ୍ୟରେ ଏ ସମସ୍ତ ନୂଆ କଲେଜ ଖୋଲିବାକୁ ଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମର ପ୍ରକାଶିତ ଖବର ଅନୁସାରେ ତେଲେଙ୍ଗାନାରେ ୧୩ ନୂଆ ମେଡିକାଲ କଲେଜ ଖୋଲିବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏବଂ ରାଜସ୍ଥାନରେ ୫ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ସେହିଭଳି ମହାରାଷ୍ଟ୍ରରେ ୪ଟି ଆସାମ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ତାମିଲନାଡୁରେ ୩ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ପଶ୍ଚିମବଙ୍ଗ, ଓଡିଶା ଏବଂ ଜମ୍ମୁକାଶ୍ମୀରରେ ୨ଟି ଲେଖାଁଏ ମେଡିକାଲ କଲେଜ ଖୋଲିବ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ନାଗାଲାଣ୍ଡରେ ମଧ୍ୟ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।