କନକ ବ୍ୟୁରୋ: ଏକତା ଓ ଅଖଣ୍ଡତା ପାଇଁ ମିଳିବ ସର୍ବୋଚ୍ଚ ସମ୍ମାନ । ଭାରତରେ ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାରର ଶୁଭାରମ୍ଭ କରିଛନ୍ତି । ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ପୁରସ୍କାରର ଶୁଭାରମ୍ଭ କରାଯାଇଥିବେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏକ ମଜଭୁତ ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ଉଦ୍ଦେଶ୍ୟ । ତେବେ ରାଷ୍ଟ୍ରୀୟ ଏକତା ଦିବସ, ଅର୍ଥାତ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପୁରସ୍କାରର ଘୋଷଣା କରାଯିବ । ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହ ସହିତ ଏକ ପୁରସ୍କାର ସମାରୋହରେ ତାଙ୍କ ଦ୍ୱାରା ପ୍ରଦାନ କରାଯିବ ।
Government has instituted the highest civilian award in the field of contribution to the unity & integrity of India, in the name of Sardar Vallabhbhai Patel.
A notification was issued by Ministry of Home Affairs on 20th Sept,2019.https://t.co/ARWq6x2YYk pic.twitter.com/Ic4sRtCid5
— PIB in Odisha (@PIBBhubaneswar) September 25, 2019
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ପୁରସ୍କାର ସମିତିର ଗଠନ କରାଯିବ, ଯେଉଁଥିରେ ସଦସ୍ୟ ଭାବେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ଗୃହସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ କରାଯାଇଥିବା ତିନିଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ପୁରସ୍କାରରେ ଏକ ପଦକ ଏବଂ ସମ୍ବର୍ଦ୍ଧନା ପତ୍ର ରହିବ । ଏହି ପୁରସ୍କାରରେ କୌଣସି ଅନୁଦାନ କିମ୍ବା ନଗଦ ରାଶି ପ୍ରଦାନ କରାଯିବ ନାହିଁ । ଗୋଟିଏ ବର୍ଷ ମଧ୍ୟରେ ତିନିରୁ ଅଧିକ ପୁରସ୍କାର ଦିଆଯିବ ନାହିଁ । ଏହା ଅତି ଅସାଧାରଣ ଏବଂ ଅତ୍ୟଧିକ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଛାଡି ମରଣୋତର ଭାବେ ପ୍ରଦାନ କରାଯିବ ନାହିଁ ।
ଆବେଦନକୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ବିଶେଷ ଭାବେ ଡିଜାଇନ କରାଯାଇଥିବା ୱେବସାଇଟରେ ଅନଲାଇନ ଫାଇଲ କରିବା ଆବଶ୍ୟକ ହେବ । ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ, ବୟସ କିମ୍ବା ବୃତିର ବିନା ଭେଦଭାବରେ ଭାରତର ଯେକୌଣସି ନାଗରିକ ଏବଂ ଯେକୌଣସି ସଂସ୍ଥା/ସଙ୍ଗଠନ ଏହି ପୁରସ୍କାର ପାଇଁ ଯୋଗ୍ୟ ହେବେ । ଭାରତରେ ସ୍ଥିତ ଯେକୌଣସି ଭାରତୀୟ ନାଗରିକ କିମ୍ବା ସଂସ୍ଥା କିମ୍ବା ସଙ୍ଗଠନ ଏହି ପୁରସ୍କାର ଲାଗି ଯେକୌଣସି ବ୍ୟକ୍ତିର ନାମାଙ୍କନ ଦାଖଲ କରିପାରିବେ । ବ୍ୟକ୍ତି ନିଜେ ମଧ୍ୟ ନାମାଙ୍କନ ଦାଖଲ କରିପାରିବେ । ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ଏବଂ ଭାରତ ସରକାରଙ୍କ ମନ୍ତ୍ରଣାଳୟ ମଧ୍ୟ ନାମାଙ୍କନ ପଠାଇ ପରିବେ ବୋଲି ବିଜ୍ଞପ୍ତି ଜାରି କରାଯାଇଛି ।