କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କୋଭିଡ୍ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଏମବିବିଏସ ରେ ୫ ଟି ସିଟ୍ ସଂରକ୍ଷଣ

786

କନକ ବ୍ୟୁରୋ : ଦେଶରେ କରୋନା ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କୁ ଏମବିବିଏସ ରେ ମିଳିବ ୫ ଟି ସିଟ୍ ସଂରକ୍ଷଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ବେଚଲର ଅଫ୍ ମେଡିସିନ୍ ଓ ବେଚଲର ଅଫ୍ ସର୍ଜରୀ ବା ଏମବିବିଏସ  ରେ କରୋନା ଯୋଦ୍ଧା ପିଲାଙ୍କ ପାଇଁ ୫ ଟି ସିଟ୍ ସଂରକ୍ଷିତ ରଖାଯିବ ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଆଶା କର୍ମୀ, ନର୍ସ, ଡାକ୍ତର (ଯେଉଁମାନେ କରୋନା କାଳରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ) ମାନଙ୍କ ପିଲାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଯାହାକି କେନ୍ଦ୍ରୀୟ କୋଟାରୁ ସଂରକ୍ଷିତ କରାଯାଇଛି । ମେରିଟ୍ ଆଧାରରେ ସେମାନଙ୍କ ନାମାଙ୍କନ କରାଯିବ ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟର କେନ୍ଦ୍ରୀୟ ପୋଲ୍ ଏମବିବିଏସ୍/ ବିଡିଏସ୍ ସିଟ୍ ପାଇଁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ନିୟମ ଲାଗୁ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ଏହା ଘୋଷଣା କରିବା ବେଳେ କହିଛନ୍ତି କି ସବୁ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ରହିଛି । ସେମାନେ ଯେଭଳି ନିସ୍ୱାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି ତାହା ପ୍ରସଂଶନୀୟ ।