କେନ୍ଦ୍ର ସରକାରଙ୍କ କୃଷକଙ୍କୁ ବଡ ଉପହାର, ୬ ଫସଲର ଏମଏସପି ବୃଦ୍ଧି କଲେ ସରକାର

189

କନକ ବ୍ୟୁରୋ: କେନ୍ଦ୍ର ସରକାର କୃଷକଙ୍କୁ ଖୁସି ଖବର ଦେଇଛନ୍ତି । ୬ଟି ଫସଲ ପାଇଁ ନୂଆ ଏମଏସପି ନିର୍ଦ୍ଧାରଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଗାମୀ ରବି ଋତୁ ୨୦୨୩-୨୪ ପାଇଁ ରବି ଫସଲର ଏମଏସପିକୁ ମଞ୍ଜୁରୀ ଦେଇଛନ୍ତି । ବିଭିନ୍ନ ଫସଲ ପାଇଁ ଏମଏସପି ନିର୍ଦ୍ଧାରଣ ହୋଇଛି । ମସୁର ପାଇଁ କ୍ୱିଣ୍ଟାଲ ପ୍ରତି ଏମଓସପି ୫ ଶହ ଟଙ୍କା ଥିବା ବେଳେ, ଗହମ ପାଇଁ ପୂର୍ବ ଏମଏସପିରେ ୧୧୦ ଟଙ୍କା ବୃଦ୍ଧି କରାଯାଇଛି । ଚଣାର ଏମଏଏସପିରେ ୧୦୫ ଟଙ୍କା ବୃଦ୍ଧି କରାଯାଇଛି । ଏନେଇ ଅନେକ ସମୟରୁ ଦାବି ହେଉଥିଲା । ସେହିଭଳି ସୋରିଷର ଏମଏସପିରେ ୪ ଶହଟଙ୍କା ବୃଦ୍ଧି କରାଯାଇଛି । କୁସୁମର ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି ।