ମମତାଙ୍କ ରୋମ ଯାତ୍ରାକୁ ମିଳିଲା ନାହିଁ ଅନୁମତି, ଏମିତି ପ୍ରତିକ୍ରିୟା ରଖିଲେ ଦିଦି

Advertisment
ମମତାଙ୍କ ରୋମ ଯାତ୍ରାକୁ ମିଳିଲା ନାହିଁ ଅନୁମତି, ଏମିତି ପ୍ରତିକ୍ରିୟା ରଖିଲେ ଦିଦି

କନକ ବ୍ୟୁରୋ : ଇଟାଲୀର ରୋମ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ବିଦେଶ ମନ୍ତ୍ରଣାଳୟ ତରଫରୁ ତାଙ୍କ ରୋମ ଯାତ୍ରାକୁ ଅନୁମତି ଦିଆଯାଇ ନାହିଁ । କହିରଖୁ କି ଇଟାଲୀ ପକ୍ଷରୁ ବିଶ୍ୱ ଶାନ୍ତି ସମ୍ମିଳନୀରେ ଯୋଗ ଦେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ବିଦେଶମନ୍ତ୍ରଣାଳୟ ଏହି ଯାତ୍ରାକୁ ଅନୁମତି ନଦେବାରୁ ଏବେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମମତା କହିଛନ୍ତି “ଯଦି କେନ୍ଦ୍ର କ୍ଷମତାର ଅପବ୍ୟବହାର କରି ମୋତେ ଅଟକାଇବାକୁ ଚେଷ୍ଟା କରୁଥାଏ, ତେବେ ସେ ମୋତେ ଅଟକାଇବା ସମ୍ଭବ ନୁହେଁ, ବିଜେପିକୁ ରୋକିବାକୁ ଏକା ଟିଏମସି କାଫି”

ଏଏନଆଇ ଖବର ମୁତାବକ ବିଦେଶ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ପରେ ମମତା ବାନାର୍ଜୀ କହିଛନ୍ତି “ଆମକୁ ଆମ ସ୍ୱତନ୍ତ୍ରତା ରକ୍ଷା କରିବା ଆବଶ୍ୟକ, ଭାରତରେ ତାଲିବାନ ବିଜେପିର ଏକଛତ୍ରବାଦ ଚଳିବ ନାହିଁ ।” ସେ କହିଛନ୍ତି କି ବିଜେପିକୁ ପରାସ୍ତ କରିବାକୁ ଏକା ଟିଏମସି କାଫି, ଭାବନୀପୁରର ଖେଳ ଆରମ୍ଭ ହୋଇ ପୁରା ଦେଶରେ ଟିଏମସିର ବିଜୟ ହେବ ବୋଲି ସେ ଦାବି କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅସନ୍ତୁଷ ଜାହିର କରି କହିଛନ୍ତି କି ଯଦି କେନ୍ଦ୍ର ସରକାର ଏଭଳି ପ୍ରତିବନ୍ଧକ ଲଗାଇ ମୋତେ ଅଟକାଇବାକୁ ଚେଷ୍ଟା କରୁଛି ତେବେ ତାହା କେନ୍ଦ୍ରର ବୋକାମୀ, ସେ ବିଦେଶ ଯିବାକୁ ଅନିଚ୍ଛୁକ ବୋଲି କହିବା ସହ ଏହି ଯାତ୍ରା ରାଷ୍ଟ୍ରପାଇଁ ସମ୍ମାନର କଥା ଥିଲା ବୋଲି ସେ କହିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶ୍ନ ଛଳରେ କହିଛନ୍ତି । ବିଜେପି ଯଦି ହିନ୍ଦୁମାନଙ୍କ କଥା କହୁଛି ତେବେ ମୁଁ ବି ହିନ୍ଦୁ ମହିଳା ହେଲେ ମୋତେ ବିଦେଶ ଯାତ୍ରା ପାଇଁ କାହିଁକି ଅନୁମତି ମିଳିଲା ନାହିଁ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe