କନକ ବ୍ୟୁରୋ: କୋୱିନ ପୋର୍ଟାଲରୁ ତଥ୍ୟ ଲିକ୍ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ରସରକାର । ସରକାର କହିଛନ୍ତି କୋୱିନ ଏକ ସୁରକ୍ଷିତ ପୋର୍ଟାଲ ଅଟେ । ପୋର୍ଟାଲ ଲୋକଙ୍କ ଜନ୍ମ ତାରିଖ ଓ ଠିକଣା ବିବରଣୀ ରଖେ ନାହିଁ । ତଥାପି ଅଭିଯୋଗ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳୟ ପକ୍ଷରୁ ତଦନ୍ତ କରାଯାଉଛି । ଏଥିରୁ କୌଣସି ତଥ୍ୟ ଲିକ ହୋଇନି । କିଛି ଦିନ ପୂର୍ବରୁ ବିରୋଧୀ ଏକ ବଡ ଅଭିଯୋଗ ଆଣିଥିଲେ । ଟିକା ନେବା ପାଇଁ ବା ତଥ୍ୟ ପାଇବା ପାଇଁ ଯେଉଁ ବ୍ୟକ୍ତିମାନେ କୋୱିନ ପୋର୍ଟାଲରେ ପଂଜୀକରଣ କରିଥିଲେ ସେମାନଙ୍କ ମୋବାଇଲ, ଆଧାର, ପାସପୋର୍ଟ ନମ୍ବର ଓ ଭୋଟ ପରିଚୟ ପତ୍ର ସମେତ ଅନେକ ବିବରଣୀ ଲିକ ହୋଇଛି । ଟୁଇଟ କରି ଟିଏମସି, କଂଗ୍ରେସ ଓ ଅନ୍ୟ କିିଛି ବିରୋଧୀନେତା ତଥ୍ୟ ଲିକ ନେଇ ଅଭିଯୋଗ କରିଥିଲେ । ବିରୋଧୀ କହିଥିଲେ ଟିକା ନେଇଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନଲାଇନ ମିଳୁଛି । ଟେଲିଗ୍ରାମର ଗୋଟିଏ ଅଟୋ ଜେନେରେଟେଡ ଅକାଉଁଟକୁ ଏହା ସେୟାର କରାଯାଇଥିବା ଅଭିଯୋଗ ଆସିବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା । । ମହାମାରୀ କରୋନା ସମୟରେ ଟିକା ଓ ତଥ୍ୟ ପାଇଁ କୋୱିନ ଆପ ସରକାର ପ୍ରସ୍ତୁତ କରିଥିଲେ । ଏଥିରେ ଲକ୍ଷଲକ୍ଷ ଲୋକ ପଂଜୀକରଣ କରିଥିଲେ । ତେବେ ପଂଜୀକରଣ କରଇଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହୋଇଥିବା ଅଭିଯୋଗ କରିଥିଲ ବିରୋଧୀ ।
କୋୱିନ ପୋର୍ଟାଲ ତଥ୍ୟ ଲିକ ଅଭିଯୋଗ ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ: କହିଲେ ପୋର୍ଟାଲ ସଂଗ୍ରହ କରେନି ପଞ୍ଜୀକୃତ ବ୍ୟକ୍ତିଙ୍କ ଠିକଣା ଓ ଜନ୍ମତାରିଖ
/kanak/media/post_attachments/wp-content/uploads/2023/06/v4eg10o_cowin-generic-ndtv_625x300_22_September_21.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)