ଆସ ଆଲୋଚନା କରିବା… କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲା କେନ୍ଦ୍ର । ୩୦ରେ ବୈଠକ ପାଇଁ ଡାକିଲେ କେନ୍ଦ୍ର ସରକାର ।

123

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏହାରି ଭିତରେ କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି । ତେଣୁ ଆସନ୍ତା ୩୦ ତାରିଖରେ ବୈଠକ ପାଇଁ ପ୍ରସ୍ତାବ ଦେଇଛି କେନ୍ଦ୍ର ।

ବୁଧବାର ଅର୍ଥାତ ୩୦ ତାରିଖ ଦିନ ୨ଟାରେ ବୈଠକ ପାଇଁ ଚାଷୀଙ୍କୁ ଡାକିଛି କେନ୍ଦ୍ର । ପୂର୍ବରୁ ୨୯ରେ ଆଲୋଚନା ହେବା ନେଇ କୁହାଯାଇଥିବା ବେଳେ ଆଜି ପୁଣି ୩୦କୁ ଘୁଞ୍ଚାଯାଇଛି । ୩୦ରେ ଆଲୋଚନା ନେଇ କୃଷକଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର କୃଷି ସଚିବ ।

ତେବେ ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ଦୀର୍ଘ ୩୦ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ଶୀତ କାକରରେ ପଡି ରହିଥିଲେ ବ ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି । ଗତକାଲି ଚାଷୀମାନେ ଥାଳି ବାଡେଇ ପ୍ରତିବାଦ କରିଥିଲେ ।