ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତେଜନା ଜାରି ରହିଛି। କେବଳ ସିଏଏ ନୁହେଁ ପୂର୍ବରୁ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି)କୁ ନେଇ ମଧ୍ୟ ଥମିନି ବିବାଦ। ଏବେ ଏନଆରସି ସମ୍ପର୍କରେ ଗୃହମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ସୂଚନା। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତରେ ୧ ଜୁଲାଇ, ୧୯୮୭ ପୂର୍ବରୁ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି କିମ୍ବା ତାଙ୍କର ବାପା-ମା ଜନ୍ମଗ୍ରହଣ କରିଛନ୍ତି ସେମାନେ ସମସ୍ତେ ଆଇନ ଅନୁସାରେ ଭାରତୀୟ ନାଗରିକ। ସେମାନଙ୍କୁ ନାଗରିକ ସଂଶୋଧନ ବିଲ୍ କିମ୍ବା ଏନଆରସି ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ। /kanak/media/post_attachments/wp-content/uploads/2019/12/2112201993552954-300x169.jpg)
ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି, ନାଗରିକତା ଆଇନ ୨୦୦୪ରେ ହୋଇଥିବା ସଂଶୋଧନ ଅନୁସାରେ(ଆସାମକୁ ଛାଡି) ଯେଉଁମାନେ ୧୯୮୭ ପୂର୍ବରୁ ଜନ୍ମ ହୋଇଥିବେ କିମ୍ବା ତାଙ୍କ ବାପା-ମା ଜନ୍ମ ଗ୍ରହଣ କରିଥିଲେ ସେମାନେ ଭାରତୀୟ ନାଗରିକ। ଆସାମରେ ଭାରତୀୟ ନାଗରିକ ଭାବରେ ପରିଚୟ ପାଇଁ କଟଆଉଟ୍ ଡେଟ୍ ୧୯୭୧ ରହିଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ, କୌଣସି ଭାରତୀୟ ନାଗରିକ ଯେଉଁମାନଙ୍କ ବାପା-ମା କିମ୍ବା ଜେଜେବାପା- ଜେଜେ ମା ୧୯୭୧ ମସିହା ପୂର୍ବରୁ ଜନ୍ମ ପ୍ରମାଣପତ୍ର ଭଳି କାଗଜପତ୍ର କିମ୍ବା ବଂଶାବଳୀ ଦେଖାଇ ନାଗରିକତା ପ୍ରମାଣ କରିବାକୁ କୁହାଯିବ ନାହିଁ। ମନ୍ତ୍ରଣାଳୟର ମୁଖପାତ୍ର ଟ୍ବିଟ୍ କରିଛନ୍ତି ଯେ, ଜନ୍ମତିଥି କିମ୍ବା ଜନ୍ମସ୍ଥାନ ସମ୍ପର୍କିତ କାଗଜପତ୍ର ଦେଇ ନାଗରିକତା ପ୍ରମାଣ କରିପାରିବେ।/kanak/media/post_attachments/wp-content/uploads/2019/12/xzcsdad-1-300x204.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/Protest_minsitry-FTR.jpg)