ନଭେମ୍ବର ୩୦ ଯାଏଁ ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଅବରୋଧ ଅଞ୍ଚଳରେ ନଭେମ୍ବର ୩୦ ଯାଏଁ ଲକଡାଉନ ରହିବ । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଗମନାଗମନକୁ କଟକଣା ନାହିଁ

9,876

କନକ ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ହେଲେ ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଗମନାଗମନରେ କଟକଣା ନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନୂଆ ନିୟମ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ କଡା ନିୟମ ପାଳନ କରାଯିବ । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସବୁରେ କଟକଣା ଲାଗୁ କରାଯିବ । କଣ୍ଟେନମେଣ୍ଟ ଜୋନ ଗୁଡିକ ଜିଲ୍ଲା ଓ ରାଜ୍ୟ ୱେବସାଇଟ ଦ୍ୱାରା ସୂଚିତ କରାଯିବ ।

କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖରେ ଦେଶରେ ଲକଡାଉନ ଘୋଷଣା କରିଥିଲେ । ପ୍ରାୟ ୩ ମାସ ଧରି କଡା ଲକଡାଉନ ଜାରି ରହିଥିଲା । ପରେ ଏବେ ଅନଲକ ଆରମ୍ଭ ହୋଇଛି । ସରକାର ସ୍ଥିତି ସୁଧାରିବାକୁ ଧିରେ ଧିରେ ସବୁ ଖୋଲିବାକୁ ଅନଲକ ଆରମ୍ଭ କରିଛନ୍ତି ।