କନକ ବ୍ୟୁରୋ: କେନ୍ଦ୍ର ସରକାର ବୁଧବାର ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ କରିଛନ୍ତି । ବର୍ତ୍ତମାନ ଭିଆଇପି ଯାତ୍ରୀମାନେ ସାଧାରଣ ଯାତ୍ରୀଙ୍କ ଭଳି ନିଜର ଯାତ୍ରା କରିବେ । ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀଙ୍କ ସହ ହଜ କମିଟିକୁ ଭିଆଇପି କୋଟା ଆବଣ୍ଟିତ କରାଯାଇଥିଲା ।
୨୦୧୨ ମସିହାରେ ଏହି ଭିଆଇପି କୋଟାର ଶୁଭାରମ୍ଭ କରାଯାଇଥିଲା । ଏଥିରେ ୫ ଶହ ସିଟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ସେଥିରୁ ରାଷ୍ଟ୍ରପତିଙ୍କ ପାଇଁ ୧ ଶହ, ଉପରାଷ୍ଟ୍ରପତିଙ୍କ ପାଇଁ ୭୫ ସିଟ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ୭୫ଟି, ସଂଖ୍ୟାଲଘୁବ୍ୟାପାର ମନ୍ତ୍ରୀଙ୍କ ପାଇଁ ୫୦ଟି ସିଟ୍ ଏବଂ ହଜ କମିଟି ଅଫ୍ ଇଣ୍ଡିଆକୁ ୨ ଶହ ସିଟ୍ ଆବଣ୍ଟନ କରାଯାଇଥିଲା । ଏଥିରୁ କେବଳ ରାଷ୍ଟ୍ରପତିଙ୍କ ଶହେ ସିଟକୁ ଛାଡି ଅନ୍ୟ ୪ ଶହ ଭିଆଇପି ସିଟ୍କୁ ରଦ୍ଦ କରିଦିଆଯାଇଛି । ଏହି ସବୁ କୋଟାକୁ ସାଧାରଣ ଲୋକଙ୍କ ପାଇଁ ଆବଣ୍ଟିତ କରିଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/hajj_AFP-1.jpg)