କନକ ବ୍ୟୁରୋ : କେନ୍ଦ୍ର ସରକାର ବିଭିନ୍ନ ସମୟରେ ଆୟକର ସୀମା ବଢାଇବାରେ ଦେଖାଯାଉଛି । ତେବେ ଗୁରୁବାର ପୁଣିଥରେ କେନ୍ଦ୍ର ସରକାର ଆଜି ଆୟକର ରିଟର୍ଣ୍ଣ ଦାଖଲ ଅବଧି ମାସେ ବୃଦ୍ଧି କରିଛନ୍ତି। ୨୦୧୮-୧୯ ଆକଳନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଜୁଲାଇ ୩୧ ଥିବା ବେଳେ ଏହାକୁ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ଵିଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ନିର୍ଧାରିତ ସମୟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ନକଲେ ଚଳିତବର୍ଷ ଜରିମାନା ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଧାରିତ ତାରିଖ ପରେ ଏବଂ ଡିସେମ୍ବର ୩୧ ପୂର୍ବରୁ ରିଟର୍ଣ୍ଣ ଦାଖଲ କଲେ ୫ ହଜାର ଟଙ୍କା ଏବଂ ଡିସେମ୍ବର ୩୧ ପରେ ରିଟର୍ଣ୍ଣ ଦାଖଲ କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ଯେଉଁ ମାନେ ଆୟକର ଭରି ନାହାନ୍ତି ସେମାନେ ସରକାରଙ୍କ ନିୟମ ଅନୁସାରେ ବଢାଯାଇଥିବା ତାରିଖ ମଧ୍ୟରେ ନିଜର ଆୟକର ଦାଖଲ କରିପାରିବେ ।

Advertisment

publive-imageଲୋକମାନଙ୍କର ସୁବିଧା ପାଇଁ ସରକାର ବାରମ୍ବାର ସମୟ ବଢାଇବାରେ ଦେଖାଯାଉଛି । ପୂର୍ବରୁ ସରକାର କେଉଁ ସମୟରେ ଆୟକର ଦେବେ ତାହାର ସମୟସୀମା ଧାର୍ଯ୍ୟ କରିବା ସହ କେଉଁ କେଉଁ ପ୍ରମାଣର ଆବଶ୍ୟକତା ରହିଛି ତାହାର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଅନେକ ଲୋକ ବର୍ତ୍ତମାନ ସମୟରେ ଅନେକ ଲୋକ କର ଦେଇପାରିନଥିବାରୁ ସରକାରା ପୁଣି ଥରେ ବାଧ୍ୟ ହୋଇ ଏହାର ସମୟସୀମା ବୃଦ୍ଧି କରିଥିବା ଜଣାପଡିଛି ।