୫୦ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ିଲା; ମହଙ୍ଗା ଭତ୍ତା ୧୨ରୁ ୧୭%କୁ ବୃଦ୍ଧି

ନିର୍ମାଣ ଶ୍ରମିକଙ୍କୁ ବଣ୍ଟାଯିବ ୧୫୦୦ ଟଙ୍କା ଆର୍ଥିକ ସହାୟତା : ସମସ୍ତ ଜିଲ୍ଲା ଓ ମହାନଗର ନିଗମକୁ ଚିଠି ଲେଖିଲେ ଶ୍ରମ କମିସନର

କନକ ବ୍ୟୁରୋ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କ୍ୟାବିନେଟ ବୈଠକରେ ଦର ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରାଯାଇଛି । ପୂର୍ବରୁ ୧୨  ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ ଏହାକୁ ୫ ପ୍ରତିଶତ ବଢାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାର ପରିସରରେ ରହି ଏହି ବ୍ୟବସ୍ଥା କରିଛନ୍ତି ସରକାର ।

publive-image

ଜୁଲାଇ ପହିଲା ଠାରୁ ପିଛିଲା ଭାବେ ଏହି ଭତ୍ତା ମିଳିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୧ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ । ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe