ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ : ଦ୍ୱାଦଶରେ ପାସ୍ ହାର ୯୯.୩୭%; ୯୯.୧୩% ଛାତ୍ର, ୯୯.୬୭% ଛାତ୍ରୀ ପାସ୍

231

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ପାସ୍ ହାର ରହିଛି ୯୯ ଦଶମିକ ୩୭ ପ୍ରତିଶତ । ଛାତ୍ରୀ ପାସ ହାର ୯୯.୬୭ ପ୍ରତିଶତ ରହିଥିବାବେଳେ ଛାତ୍ର ପାସ ହାର ୯୯.୧୩ ପ୍ରତିଶତ ରହିଛନ୍ତି । ଅର୍ଥାତ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୦.୫୪ ରହିଛି । ସିବିଏସଇ ଦ୍ୱାଦଶରେ ମୋଟ୍ ୧୩ ଲକ୍ଷ ୪ ହଜରେ ୫୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୭୦ ହଜାର ୪ ଜଣ ୯୫ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।

୧ ଲକ୍ଷ ୫୦ ହଜାର ୧୫୨ ଜଣ ୯୦ ରୁ ୯୫ ପ୍ରତିଶତ ଭିତରେ ମାର୍କ ରଖିଛନ୍ତି । ତେବେ ୬୫ ହଜାର ୧୮୪ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ । ସେମାନଙ୍କ ମାର୍କର ସମୀକ୍ଷା କରାଯାଉଛି । ମାର୍କ ସମୀକ୍ଷା ପରେ ଅଗଷ୍ଟ ପାଂଚ ସୁଦ୍ଧା ଏହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିବିଏସଇ କର୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା ହୋଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇଛି ।