ବାହାରିଲା ସିବିଏସଇ ଦଶମ ପରୀକ୍ଷା ଫଳ : ପୂର୍ବ ଅପେକ୍ଷା ପାସ ହାର ୦.୩୬% ଅଧିକ । ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ

2,312

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ହେଉଛି ୯୧ ଦଶମିକ ୪୬ ପ୍ରତିଶତ । ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ୦ ଦଶମିକ ୩୬ ପ୍ରତିଶତ ପାସ ହାର ଅଧିକ ରହିଛି । ଭୁବନେଶ୍ୱର ରିଜିଅନରେ ୯୩ ଦଶମିକ ୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯ ଦଶମିକ ୨୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbseresults.nic.in ସେମାନଙ୍କର ରେଜଲ୍‌ଟ‌ ଦେଖି ପାରିବେ ।

ଏ ବର୍ଷ ୯୧. ୪୬% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ୯୧. ୧୦% ଛାତ୍ରଛାତ୍ରୀ ପାସ୍ କରିଥିଲେ। ୨୦୨୦ ଶିକ୍ଷା ବର୍ଷ ୧୦ମ ପରୀକ୍ଷାରେ ବାଳିକାମାନେ ବାଳକମାନଙ୍କ ଠାରୁ ୩. ୧୭% ଭଲ ରେଜଲଟ୍‌ କରିଛନ୍ତି । ବାଳିକାମାନଙ୍କର ପାସ୍ ହାର ୯୩. ୩୧% ଥିବା ବେଳେ ବାଳକମାନଙ୍କର ପାସ୍ ହାର ୯୦. ୧୪% ରହିଛି । ଏଥର ଉତ୍ତମ ଫଳାଫଳ ହାସଲ କରିଥିବା ଜିଲ୍ଲାଗୁଡ଼ିକରେ ଅଛନ୍ତି ତ୍ରିଭାନ୍ଦ୍ରମ୍ ୯୯. ୨୮%, ଚେନ୍ନାଇ ୯୮. ୯୫% ଏବଂ ବେଙ୍ଗାଲୁରୁ ୯୮. ୨୩% । ସବୁଠୁ କମ୍ ଫଳାଫଳ ହାସଲ କରିଥିବା ଜିଲ୍ଲା ହେଉଛି ଗୌହାଟି ୭୯. ୧୨% ।