ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଚର୍ଚ୍ଚା । ଏଥର ବାଜି ମାରିବ କିଏ? ଅନନ୍ତ ନାରାୟଣ ଜେନା ନା ଜଗନ୍ନାଥ ପ୍ରଧାନ?

Advertisment
ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଚର୍ଚ୍ଚା । ଏଥର ବାଜି ମାରିବ କିଏ? ଅନନ୍ତ ନାରାୟଣ ଜେନା ନା ଜଗନ୍ନାଥ ପ୍ରଧାନ?

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ବଢିଲା ଚର୍ଚ୍ଚା । ଏଥର ବାଜି ମାରିବ କିଏ, ବିଜେଡିର ଅନନ୍ତ ନାରାୟଣ ଜେନା ନା ବିଜେପିର ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ମଧ୍ୟ ଆସନରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଅନନ୍ତ ନାରାୟଣ । ଗତଥର ଭଳି ପୁଣି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଲଢ଼ିବେ ଅନନ୍ତ ।

ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଛକାପଂଝା ଚାଲିଥିଲା । ସମର୍ଥକଙ୍କୁ ନେଇ ନବୀନ ନିବାସ ପହଞ୍ଚିି ଟିକେଟ ପାଇଁ ଲବି କରିଥିଲେ କର୍ପୋରେଟର ଅମରେଶ ଜେନା । ଟିକେଟ ପାଇଁ ଉଭୟ ଅନନ୍ତ ନାରାୟଣ ଜେନା ଓ ଅମରେଶ ଜେନା ବାରମ୍ବାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଶେଷରେ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛି ବିଜେଡି । ତେବେ ପ୍ରଶ୍ନ ଉଠୁଛି ବିଜେଡି ଭୋଟରଙ୍କୁ ପ୍ରଭାବିତ କରିବେ କି ଅସନ୍ତୁଷ୍ଟ । ସେପଟେ କଂଗ୍ରେସ ଏପର୍ଯ୍ୟନ୍ତ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ନଜର ପକାନ୍ତୁ ପୂର୍ବ ରେକର୍ଡ ଉପରେ :
୨୦୧୯ରେ ପ୍ରଥମ ଥର ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ ପାଇଥିଲେ ଅନନ୍ତ
୨୦୧୯ରେ ମଧ୍ୟ ତାଙ୍କ ବିରୋଧରେ ପ୍ରାର୍ଥୀ ଥିଲେ ବିଜେପିର ଜଗନ୍ନାଥ ପ୍ରଧାନ
ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା
୧୧ହଜାର ୪୪୨ ଭୋଟରେ ଜିତିଥିଲେ ଅନନ୍ତ
ଅନନ୍ତଙ୍କୁ ୫୪ହଜାର ୨୨ଟି ଭୋଟ୍ ମିଳିଥିଲା
୪୨ହଜାର ୫୮୦ ଭୋଟ୍ ପାଇଥିଲେ ଜଗନ୍ନାଥ ପ୍ରଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe