ହଟୁଛି ବିଏସଏଫ୍ କ୍ୟାମ୍ପ । ପୁଣି ସକ୍ରିୟ ହେବେ ନକ୍ସଲ !

Advertisment
ହଟୁଛି ବିଏସଏଫ୍ କ୍ୟାମ୍ପ । ପୁଣି ସକ୍ରିୟ ହେବେ ନକ୍ସଲ !

କନକ ବ୍ୟୁରୋ : ନକ୍ସଲ ମୁକାବିଲା ପାଇଁ କୋରାପୁଟ୍ ଜିଲ୍ଲାରେ ନିୟୋଜିତ ହୋଇଥିଲେ ବିଏସଏଫ୍ ଯବାନ। ଆଉ ଏଥିପାଇଁ ସ୍ବତନ୍ତ୍ର କ୍ୟାମ୍ପ ମଧ୍ୟ କରାଯାଇଥିଲା। କିନ୍ତୁ ୧୩ ବର୍ଷ ପରେ ଜିଲ୍ଲାର ଅନେକ ସ୍ଥାନରୁ ହଟିଛି ବିଏସଏଫ୍ କ୍ୟାମ୍ପ। ବିଶେଷକରି ମାଓ ଅଞ୍ଚଳ ରୂପେ ପରିଚିତ ନାରାୟଣପାଟଣା ବ୍ଳକରୁ ୫ଟି ଓ ବନ୍ଧୁଗାଁ ବ୍ଳକରୁ ୨ଟି କ୍ୟାମ୍ପକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସେହିପରି ପଟାଙ୍ଗିରେ ଥିବା ୩ଟି କ୍ୟାମ୍ପ ମଧ୍ୟରୁ ଗୋଟିଏକୁ ବନ୍ଦ କରାଯାଇଛି। ପର୍ୟ୍ୟାୟକ୍ରମେ ଅଗାମୀ ଦିନରେ ବାକି କ୍ୟାମ୍ପ ସବୁ ହଟାଇ ଦିଆଯିବା ନେଇ ସୂଚନା ମିଳିଛି ।

ବିଏସଏସ କ୍ୟାମ୍ପ ବନ୍ଦ ହେବା ପରେ ସେଠାକାର ବିଲ୍ଡିଂ, ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯିବ। ଏହା ବଦଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ହେବ ବୋଲି କୁହାଯାଉଛି। ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ବାହିନୀ ବିଫଳ ହେବା ପରେ ବିଏସଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଏବେବି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ନକ୍ସଲଙ୍କ ତାଣ୍ଡବ ଜାରି ରହିଛି। ଆଉ ସେମାନଙ୍କ ଗତିପଥର ମୁଖ୍ୟ ସ୍ରୋତ ଥିଲା ଛତିଶଗଡ଼ ସୀମାକୁ ଲାଗିଥିବା ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକର ଘଞ୍ଚ ଜଙ୍ଗଲ। ଏହାର ଫାଇଦା ଉଠାଇ ନାରାୟଣ ପାଟଣା ଓ ବନ୍ଧୁଗାଁର ବୈପାରିଗୁଡ଼ାରେ ତାଣ୍ଡବ ରଚୁଥିଲେ ନକ୍ସଲ। କିନ୍ତୁ ପରବର୍ତ୍ତୀ ସମୟରେ ବିଏସଏଫ କ୍ୟାମ୍ପ ରହିବାରୁ ନକ୍ସଲଙ୍କ ସଂଖ୍ୟା ହ୍ରାସ ପାଇଥିଲା।

ହେଲେ ଏବେ ପ୍ରଶ୍ନ ଉଠୁଛି,କୋରାପୁଟ ଜିଲ୍ଳାରେ ମୋଟ ୧୯ଟି ବିଏସଏଫ କ୍ୟାମ୍ପ ରହିଥିବା ବେଳେ ସେଥିମଧ୍ୟରୁ ୮ଟି କ୍ୟାମ୍ପକୁ ହଟାଯାଇ ସାରିଲାଣି। ଆଗକୁ ବାକି କ୍ୟାମ୍ପ ହଟିବା ପରେ ସମସ୍ୟା ବଢ଼ିବାର ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe