୨୦ କୋଟି ପାନ୍ କାର୍ଡ ବ୍ୟବହାରକାରୀଙ୍କ କାର୍ଡ ହୋଇପାରେ ଅଚଳ ! ଯୋଜନା କରୁଛନ୍ତି ସରକାର ।

502

କେନ୍ଦ୍ର ସରକାର ପାନ୍ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବାର ଡେଡଲାଇନ୍ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଦେଇଛନ୍ତି । ଆୟକର ବିଭାଗ ସେହି ଲୋକମାନଙ୍କ ପାନ୍ କାର୍ଡକୁ ଡିଆକ୍ଟିଭେଟ୍ କରିବ ଯେଉଁ ଲୋକମାନେ ୩୦ ସେପ୍ଟେମ୍ବର ୨୦୧୯ ସୁଦ୍ଧା ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିନଥିବେ । ମୋଟ ୪୪ କୋଟି ପାନ୍ କାର୍ଡରୁ ୨୦ କୋଟିକୁ ଏବେ ପର୍ଯ୍ୟନ୍ତ ଆଧାର ସହ ଲିଙ୍କ୍ କରାଯାଇପାରିନାହିଁ । ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ମୁତାବକ ୨୪ କୋଟି ପାନ୍ ଲିଙ୍କ୍ କରାଯାଇଛି । କିନ୍ତୁ ସନ୍ଦେହ ରହିଛି ଯେ ବଡସଂଖ୍ୟାରେ ପାନ୍ କାର୍ଡ ନକଲି ରହିଛି । ତେଣୁ ପାନ୍ କୁ ଆଧାର ସହ ଲିଙ୍କ୍ କରିବାକୁ ଅନିବାର୍ଯ୍ୟ କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେଉଁ ଟ୍ୟାକ୍ସପେୟର୍ସ ୩୧ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିନାହାନ୍ତି ସେମାନେ ବିନା ପାନ୍ ରେ ଆଧାର ସହ ରିଟର୍ଣ୍ଣ ଫାଇନାଲ୍ କରିପାରିବେ ନାହିଁ । ସରକାର ଷଷ୍ଠ ଥର ପାଇଁ ପାନ୍ କୁ ଆଧାର ସହ ଲିଙ୍କ୍ କରିବାର ଅବଧି ବଢାଇଛନ୍ତି ।

ଏଭଳି ଉପାୟରେ କରନ୍ତୁ ୱେବସାଇଟ୍ ରେ ଲିଙ୍କ୍ :

ସର୍ବପ୍ରଥମେ ଆୟକର ବିଭାଗର ଇ- ଫାଇଲିଙ୍ଗ୍ ୱେବସାଇଟ୍ (www.incometaxindiaefiling.gov.in) ରେ ଯାଆନ୍ତୁ । ଏଠାରେ ବାମ ପାଶ୍ୱର୍ରେ ଦିଆଯାଇଥିବା ଲାଲ୍ ରଙ୍ଗର ‘ଲିଙ୍କ୍ ଆଧାର’ ଉପରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କ ଆକାଉଣ୍ଟ ହୋଇପାରୁନାହିଁ ତେବେ ରେଜିଷ୍ଟ୍ରେସନ୍ କରନ୍ତୁ । ଲଗଇନ୍ କରିବା କ୍ଷଣି ଏହି ପେଜ୍ ଖୋଲିବ । ଉପରେ ଦେଖାଯାଉଥିବା ନୀଳ ଷ୍ଟ୍ରିପ୍ କୁ ଯାଇ ପ୍ରୋଫାଇଲ୍ ସେଟିଙ୍ଗ୍ ଚୟନ କରନ୍ତୁ । ପ୍ରୋଫାଇଲ୍ ସେଟିଙ୍ଗ୍ ରେ ଆପଣଙ୍କୁ ଆଧାର କାର୍ଡ ଲିଙ୍କ୍ କରିବା ବିକଳ୍ପ ମିଳିଯିବ । ଏହାକୁ ସିଲେକ୍ଟ କରନ୍ତୁ । ଏଠାରେ ଦିଆଯାଇଥିବା ସେକ୍ସନ୍ ରେ ଆଧାର ନମ୍ବର ସହ କେପ୍ଚା କୋଡ୍ ଦିଅନ୍ତୁୁ । ବିବରଣୀ ଭରିବା ପରେ ନିମ୍ନରେ ଦେଖାଯାଉଥିବା ‘ଲିଙ୍କ୍ ଆଧାର’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଆପଣ ଏସଏମଏସ୍ ବେସଡ୍ ସର୍ଭିସ୍ ବ୍ୟବହାର କରି ପାନ୍ କୁ ଆଧାର ସହ ଲିଙ୍କ୍ କରିପାରିବେ । ଇନକମ୍ ଟ୍ୟାକ୍ସ ବିଭାଗ କହିଛନ୍ତି ଯେ ୫୬୭୬୭୮ କିମ୍ବା ୫୬୧୬୧ ରେ ଏସଏମଏସ୍ ପଠାଇ ଆଧାରକୁ ପାନ୍ ସହ ଲିଙ୍କ୍ କରାଯାଇପାରିବ ।