କନକ ବ୍ୟୁରୋ: ୨୬୫ ଟଙ୍କାରେ ଶିଶୁମାନେ ନେବେ ଜାଇଡସ କାଡିଲା ଟିକା । ଏହା ସହିତ ଶିଶୁମାନଙ୍କୁ ଏହି କୋଭିଡ୍ ଟିକା ବିନା ଛୁଞ୍ଚିରେ ଦିଆଯିବ । ଏନେଇ ଜାଇଡସ କାଡିଲା ପକ୍ଷରୁ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ, ସରକାରଙ୍କ ତରଫରୁ ଜାଇଡସ୍ କାଡିଲା ଏକ କୋଟି ଟିକାର ଅର୍ଡର ପାଇଛି ବୋଲି ମଧ୍ୟ ସୂଚନା ମିଳିଛି । ତେବେ ଜାଇକୋଭ-ଡି ହେଉଛି ପ୍ରଥମ ଡିଏନଏ ପ୍ଲାସମିଡ୍ ଟିକା । ଏହାକୁ ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାମାନେ ନେଇପାରିବେ ।
କମ୍ପାନୀ କହିଛି, କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ପାଇବା ପରେ ଏହାର ଦର ଧାର୍ଯ୍ୟ କରାଯାଇଛି । ତେବେ ଟିକାକୁ ପାରମ୍ପରିକ ପଦ୍ଧତି ସିରିଞ୍ଜରେ ଦିଆଯିବ ନାହିଁ । ବିନା ଛୁଞ୍ଚିରେ ଏହାକୁ ଶିଶୁମାନେ ନେଇପାରିବେ । ତେବେ ଜାଇକୋଭ-ଡି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଏନେଇ କମ୍ପାନୀ ପକ୍ଷରୁ ଖୁସି ଜାହିର କରାଯାଇଛି । ଜାଇଡସ୍ କାଡିଲା ଟିକା ପାଇଁ ସରକାର ମୋଟ ୧୧୨୮ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏହାର ଗୋଟିଏ ଡୋଜ୍ ପାଇଁ ଲୋକଙ୍କୁ କେବଳ ୨୬୫ ଟଙ୍କା ଦେବାକୁ ପଡିବ ।
୨୬୫ ଟଙ୍କାରେ ଶିଶୁଙ୍କ ପାଇଁ ଟିକା ଦେବ ଜାଇଡସ କାଡିଲା
ସରକାରଙ୍କଠାରୁ ୧ କୋଟି ଟିକା ଅର୍ଡର ପାଇଛି ଜାଇଡସ କାଡିଲା
ଡୋଜ୍ ପିଛା ୨୬୫ ଟଙ୍କାରେ ମିଳିବ ଜାଇକୋଭ-ଡି
ଜାଇକୋଭ-ଡି ପ୍ରଥମ ଡିଏନଏ ପ୍ଲାସମିଡ୍ ଟିକା
ବିନା ଛୁଞ୍ଚିରେ ଦିଆଯିବ ପିଲାଙ୍କୁ ଟିକା#ZydusCadila#KanakNewspic.twitter.com/rY8Rcvx5tF— Kanak News (@kanak_news) November 8, 2021