ଲକଡାଉନକୁ ଆହୁରି କଡାକଡି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ: ମଣିଷ ନୁହେଁ କେବଳ ମାଲ୍ ପରିବହନ ପାଇଁ ଅନୁମତି; ଶ୍ରମିକ କିମ୍ବା ଛାତ୍ରଛାତ୍ରୀଙ୍କୁ ବାହାର କରିପାରିବେନି ଘର ମାଲିକ

1,933

କନକ ବ୍ୟୁରୋ: ଲକଡାଉନକୁ କଡାକଡି ଭାବେ ଲାଗୁ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଲକଡାଉନ ସମୟରେ ଲୋକମାନେ ଗାଁ ମୁହାଁ ହେଉଥିବା ଖବର ସାମନାକୁ ଆସିବା ପରେ ସମସ୍ତ ରାଜ୍ୟ ଓ ଜିଲ୍ଲା ସେମାନଙ୍କ ସୀମାକୁ ସିଲ୍ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଏହି ସମୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଲୋକ ଯାଇପାରିବେ ନାହିଁ । ଜାତୀୟ ରାଜପଥ ଉପରେ କୌଣସି ପ୍ରକାର ଯାତାୟତ ନହେବା ଆବଶ୍ୟକ । ରାସ୍ତାରେ କେବଳ ମାଲ ପରିବହନ କରୁଥିବା ଗାଡି ଯାତାୟତ କରିବ ।

ଜିଲ୍ଲାରେ କିଭଳି ଲକଡାଉନ ପାଳନ ହେବ ଏହା ଜିଲ୍ଲାପାଳ ଓ ଏସପିଙ୍କ ଦାୟିତ୍ୱ ବୋଲି କେନ୍ଦ୍ର କହିଛନ୍ତି । ତେବେ ପ୍ରବାସୀଙ୍କ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏପରିକି ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି କରିବାକୁ କେହି କହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିପିକୁ ନିର୍ଦ୍ଦେଶ ଦିଆଯାଇଛି ।