କନକ ବ୍ୟୁରୋ : ଆଗାମି ନିର୍ବାଚନରେ ବିଜେଡି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବାକୁ ନିଷ୍ପତି ନେବା ପରେ, ବିଜେପି ରଣନୀତି ବଦଳାଇଥିବା ଦେଖିବାକୁ ମିିଳିଛି । ଗୋଟିଏ ଦିନରେ ଓଡିଶା ଗସ୍ତରେ ଥିବା ୨ଜଣ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବା ସହ ଟାର୍ଗେଟ କରିଛନ୍ତି ।

Advertisment

ଶୁକ୍ରବାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ, ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଅପପ୍ରଚାର କରୁଥିବା ଅଭିଯୋଗ ଆଣି ଜବାବ ଦେବାକୁ ନିର୍ଦ୍ଦେଶ ଦେବା ପରେ, ସମାନ ଢ଼ଂଗରେ ଆକ୍ରମଣ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଟା ପ୍ରଶ୍ନ କରିବା ସହ ବିଜେଡି ଶାସନର ୨୫ବର୍ଷର ବିଫଳତାକୁ ଗଣାଇଛନ୍ତି । ସେହିପରି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥାକୁ ନେଇ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଗୋଟିଏ ଦିନରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇବା ପରେ ଜବାବ ରଖିଛି ବିଜେଡି । ବିଜେପିକୁ ମିଛର ସୌଦାଗର କହିବା ସହ ଓଡିଶାରେ ରୂପାନ୍ତରୀକରଣ ହୋଇଛି କି ନାହିଁ ତାହା ଲୋକେ ଜାଣିଛନ୍ତି ବୋଲି କହିଛନ୍ତି ।

ବେଶ କିଛି ଦିନ ହେଲା ବିଜେଡି ଓ ବିଜେପିର ବରିଷ୍ଠ ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ପୁଣି ଥରେ ଦୁଇ ଦଳ ରଣନୀତି ବଦଳାଇବା ପରେ, ଆଗକୁ ନିର୍ବାଚନ ଆସୁଥିବାରୁ ଏହା ଆହୁରି ବଢ଼ିବ ବୋଲି କୁହାଯାଉଛି ।