ସରକାରଙ୍କ ବଡ ନିଷ୍ପତି: ଯଦି ୭ବର୍ଷ ଚାକିରି କାଳ ଭିତରେ ହୋଇଯାଏ କର୍ମଚାରୀଙ୍କ ମୃତ୍ୟୁ ତେବେ ପରିବାର ଲୋକଙ୍କୁ ମିଳିବ ତାଙ୍କ ଦରମାର ୫୦% ପେନସନ

Advertisment
ସରକାରଙ୍କ ବଡ ନିଷ୍ପତି: ଯଦି ୭ବର୍ଷ ଚାକିରି କାଳ ଭିତରେ ହୋଇଯାଏ କର୍ମଚାରୀଙ୍କ ମୃତ୍ୟୁ ତେବେ ପରିବାର ଲୋକଙ୍କୁ ମିଳିବ ତାଙ୍କ ଦରମାର ୫୦% ପେନସନ

ସରକାରୀ କର୍ମଚାରୀଙ୍କ ପରିଜନଙ୍କୁ ଆଶ୍ୱସ୍ତି

୭ ବର୍ଷରୁ କମ ସେବା ଅବଧିରେ କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ମିଳିବ ଅଧିକ ପେନସନ

ପୂର୍ବରୁ ଅନ୍ତିମ ଦରମାର ୩୦ ପ୍ରତିଶତ ଅଂଶ ପେନସନ ରୂପରେ ମିଳୁଥିଲା

ସରକାରୀ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ  ୭ ବର୍ଷ ଚାକିରି କାଳ ପୂର୍ବରୁ ହିଁ ହୋଇଯାଉଛି ତେବେ ଉକ୍ତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ତାଙ୍କ ଦରମାର ୩୦ ନୁହେଁ ବରଂ ୫୦ ପ୍ରତିଶତ ଅଂଶ ପେନସନ ରୂପେ ଦିଆଯିବ । ପେନସନର ଏହି ସଂଶୋଧିତ ନିୟମ ସରକାରୀ କର୍ମଚାରୀଙ୍କ ଉପରେ ଲାଗୁ ହେବ, ଯେଉଁଥିରେ କେନ୍ଦ୍ରୀୟ ସଶସ୍ତ୍ରବଳର କର୍ମଚାରୀମାନେ ବି ସାମିଲ ଅଛନ୍ତି । କେନ୍ଦ୍ର ସରକାର  ସେଂଟ୍ରାଲ ସିଭିଲ ସର୍ଭିସେସ (ପେନସନ) ନିୟମ, ୧୯୭୨ର ନିୟମ ସଂଖ୍ୟା ୫୪ରେ ପରିବର୍ତ୍ତନ କରିଛନ୍ତି ଏବଂ ଏହି ପରିବର୍ତ୍ତନ  ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଲାଗୁ ହେବ । ତେବେ ପରିବର୍ତ୍ତିତ  ନିୟମ ଅନୁସାରେ, ୭ ବର୍ଷରୁ କମ ଚାକିରି କାଳ ମଧ୍ୟରେ ହିଁ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତେବେ  ଉକ୍ତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଆଗାମୀ ୧୦ ବର୍ଷ କାଳ ସେ ପାଉଥିବା ଦରମାର ତଥା ଅନ୍ତିମ ଦରମାର ୫୦ ପ୍ରତିଶତ ଅଂଶ ପେନସନ ଆକାରରେ ଦିଆଯିବ ।

ପୂର୍ବରୁ ନିୟମ ଥିଲା କି ୭ ବର୍ଷରୁ ଅଧିକ ଦିନ ଧରି କାମ କରୁଥିବା କର୍ମଚାରୀଙ୍କର ଯଦି ମୃତ୍ୟୁ ହୋଇଯାଏ ତେବେ ମୃତ୍ୟୁ ବେଳକୁ ସେ ପାଉଥିବା ଦରମାର ୫୦ ପ୍ରତିଶତ ଅଂଶ  ପେନସନ ରୂପରେ ମିଳୁଥିଲା କିନ୍ତୁ ୭ ବର୍ଷରୁ କମ ସେବା କରିଥିବା କର୍ମଚାରୀଙ୍କର ଯଦି ମୃତ୍ୟୁ ହୋଇଯାଉଥିଲା ତେବେ ତାଙ୍କ ପରିବାର ଲୋକଙ୍କୁ କର୍ମଚାରୀଙ୍କ ଶେଷ ଦରମାର ୩୦ ପ୍ରତିଶତ ଅଂଶ ହିଁ ମାସିକ ପେନସନ ରୂପେ ଦିଆଯାଉଥିଲା ।

ଉପରୋକ୍ତ ସଂଶୋଧନ ଆଗାମୀ ଅକ୍ଟୋବର ୧ରୁ ଲାଗୁହେବ। ତେବେ ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରି ନପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷ ଲାଗି ବର୍ଦ୍ଧିତ ହାରରେ ପାରିବାରିକ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବେ।ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକଭାବେ ମୃତ୍ୟୁବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ସୁବିଧାର ଲାଭ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe