୧୯୯୦ ବ୍ୟାଚର ଆଇଏଏସ ମନୋଜ ଆହୁଜାଙ୍କୁ ଗୃହ କ୍ୟାଡର ଓଡିଶା ଫେରାଇବାକୁ କେନ୍ଦ୍ରର ଅନୁମତି: କେନ୍ଦ୍ରକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର

4,527

କନକ ବ୍ୟୁରୋ: ଆସିଲେ ମନୋଜ, ବଢ଼ିଲା ଚର୍ଚ୍ଚା । ଖୁବଶୀଘ୍ର ଓଡ଼ିଶା ଫେରୁଛନ୍ତି ୧୯୯୦ ବ୍ୟାଚ୍ ଆଇଏଏସ ଅନୋଜ ଆହୁଜା । ରାଜ୍ୟର ସରକାର କେନ୍ଦ୍ରକୁ ଅନୁରୋଧ କରିବା ପରେ ଏନେଇ କେନ୍ଦ୍ର କ୍ୟାବିନେଟ କମିଟି ଅନୁମତି ଦେଇଛି । ମନୋଜ ଫେରିବା ପରେ ରାଜ୍ୟରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ମନୋଜ ବର୍ତମାନ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଓଡ଼ିଶା ଫେରିବା ପରେ ମନୋଜଙ୍କୁ ମୁଖ୍ୟ ସଚିବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଜୁନ ୩୦ରେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତାଙ୍କ ସ୍ଥାନରେ ମନୋଜଙ୍କୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି ।