ଦୁର୍ଘଟଣାରେ ମୁଣ୍ଡରେ ଲାଗିଥିବା ୮୦ % ଆଘାତରୁ ବଂଚାଇବ ଏହି ସ୍ପେଶାଲ୍ ଏୟାରବ୍ୟାଗ୍ : ସବୁ ଗାଡ଼ିରେ ଲାଗିବ ନୂଆ ସୁରକ୍ଷା ଫିଚର୍ସ , ଜାଣନ୍ତୁ କିଭଳି କାମ କରେ ସେଣ୍ଟର୍ ସାଇଡ୍ ଏୟାରବ୍ୟାଗ୍ 

319

ଏୟାର୍ ବ୍ୟାଗ୍ , ଏବିଏସ୍ , ଏବଂ ଇବିଡି ଭଳି କାରରେ ମିଳୁଥିବା ସୁରକ୍ଷା ଫିଚର୍ସ ଏବେ ଅନ୍ୟ ଗାଡ଼ିରେ ମଧ୍ୟ ଉପଲବ୍ଧ ହେବ । ସରକାର ଅଟୋମୋବାଇଲ୍ କମ୍ପାନୀମାନଙ୍କୁ ଏନେଇ ସୂଚିତ କରିଛନ୍ତି । ସବୁ ଗାଡ଼ିରେ ସୁରକ୍ଷା ଫିଚର୍ସ ଦେବାକୁ କମ୍ପାନୀମାନଙ୍କୁ କୁହାଯାଇଛି । ଏବେ ସବୁ କାର୍ ର ବେସ୍ ମଡେଲରେ ଏହି ଫିଚର୍ସ ସାମିଲ୍ ହେବ । କମ୍ପାନୀ ଏବେ ଗାଡ଼ିମାନଙ୍କରେ ମିଳୁଥିବା ସୁରକ୍ଷା ଫିଚର୍ସ ଉପରେ ଅଧିକ ଧ୍ୟାନ ଦେବାରେ ଲାଗିଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ହ୍ୟୁଣ୍ଡାଇ ମୋଟର୍ସ କମ୍ପାନୀ ନୂଆ ସେଣ୍ଟର୍ ସାଇଡ୍ ଏୟାରବ୍ୟାଗ୍ ପ୍ରସ୍ତୁତ କରିଛି । ତେବେ ଆସନ୍ତୁ ଏହି ଏୟାରବ୍ୟାଗ୍ କିଭଳି କାମ କରେ ।

କିଭଳି କାମ କରେ ସାଇଡ୍ ଏୟାରବ୍ୟାଗ୍ ?

ନୂଆ ସେଣ୍ଟର୍ ସାଇଡ୍ ଏୟାରବ୍ୟାଗ୍ ଡ୍ରାଇଭର୍ ଏବଂ ଗାଡିର ଆଗ ସିଟରେ ବସିଥିବା ଯାତ୍ରୀଙ୍କ ଭିତରେ ରହିଥାଏ । କୌଣସି ଦୁର୍ଘଟଣା ସ୍ଥିତିରେ ଏହା ଚାଳକ ଏବଂ ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ପରସ୍ପର ସହ ଧକ୍କା ହୋଇ ମୁଣ୍ଡରେ ଆଘାତ ଲାଗିବା ସ୍ଥିତିରୁ ବଂଚାଇବ । ଖାଲି ଏତିକି ନୁହଁ ଯଦି କାର୍ ର ଆଗ ସିଟରେ କେହି ବସିନଥିବେ ତେବେ ଦୁର୍ଘଟଣା ସମୟରେ ଏହା ଡ୍ରାଇଭରଙ୍କୁ ଡାହାଣ ପଟୁ ପଡୁଥିବା ପ୍ରେସରରୁ ସୁରକ୍ଷା ଦେବ । ସେଣ୍ଟର୍ ସାଇଡ୍ ଏୟାରବ୍ୟାଗ୍ ଡ୍ରାଇଭର୍ ସିଟରେ ଲାଗିଥାଏ । ହ୍ୟୁଣ୍ଡାଇ ମୁତାବକ , ଏହା ଦୁର୍ଘଟଣା ସମୟରେ ଡ୍ରାଇଭର୍ ଏବଂ ଆଗ ସିଟରେ ବସିଥିବା ଯାତ୍ରୀଙ୍କ ମୁଣ୍ଡ ଧକ୍କାରେ ଲାଗିଥିବା ଆଘାତକୁ ୮୦ % ପର୍ଯ୍ୟନ୍ତ ଠିକ୍ କରିବାରେ ସହାୟକ ହେବ । ୟୁରୋପିୟନ୍ ଅଟୋମୋବାଇଲ୍ ମାନ୍ୟୁଫେକ୍‌ଚର ଆସୋସିଏସନ୍ ଅନୁସାରେ , ଦେଶରେ ୪୫ % ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁର କାରଣ ମୁଣ୍ଡଧକ୍କାରୁ ହେଉଥିବାବେଳେ ଏହି ଏୟାରବ୍ୟାଗ୍ ଲୋକଙ୍କ ସୁରକ୍ଷା ପାଇଁ ସହାୟ ହେବ ।