କନକ ବ୍ୟୁରୋ: ଇଛାଶକ୍ତି ଆଗରେ ହାର ମାନିଛି ବୟସ । ଧାଡିରେ ଛିଡା ହୋଇ ମତାଧିକାର ସାବ୍ୟସ୍ତ କଲେ ୧୦୫ ବର୍ଷୀୟା ବୃଦ୍ଧା । ଶତାୟୁ ଭୋଟର ମାନଙ୍କ ପାଇଁ ଘରେ ଭୋଟିଂର ବ୍ୟବସ୍ଥା ହେଉଥିଲେ ମଧ୍ୟ ଯାଜପୁରର ମାଳତୀ ମାଝି ନାମକ ଶତାୟୁ ଭୋଟର ନିଜ ପୁଅ ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି । ମାଳତୀ ନିଜେ ଭୋଟ ଦେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ କହିଛନ୍ତି ।
ସେହିପରି ଯାଜପୁରରେ ଅନ୍ୟ ଜଣେ ୯୦ ବର୍ଷୀୟା ବୃଦ୍ଧା ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନିଜ ପୁଅଙ୍କ ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ବୃଦ୍ଧା ଜଣକ ଭୋଟ ଦେଇଛନ୍ତି । ଶତାୟୁ ଭୋଟର ମାନଙ୍କ ଏଭଳି ମନୋଭାବ ଅନ୍ୟ ଭୋଟର ମାନଙ୍କୁ ପ୍ରେରଣା ଦେଇଛି । ସେପଟେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶତାୟୁ ଭୋଟର ମାନେ ଆସି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଉଥିବା ଦେଖିବାକୁ ମିଳିଛି । ବୟସାଧିକ ଭୋଟରମାନଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ ଦେବାକୁ ଆସିଥିବା ଜଣେ ଶତାୟୁ ଭୋଟର କହିଛନ୍ତି ଯେ ମୁଁ ବଂଚିଥିଲା ଯାଏ ମୋ ଅଧିକାରକୁ ଛାଡିବିନି । ଜୀବନ ଥିଲା ଯାଏ ମୁଁ ମତଦାନ କେନ୍ଦ୍ରକୁ ଆସୁଥିବି ଆଉ ଭୋଟ ଦେଉଥିବି ବୋଲି ବୃଦ୍ଧା ଜଣକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/11.jpg)