ବିଧିର ବିଧାନ ବି ବଡ଼ ଚମତ୍କାର । ମଣିଷ ଜନ୍ମରୁ ହିଁ ନିଜ କପାଳରେ ଜୀବନର ସୁନ୍ଦର କାହାଣୀ ଲେଖି ଆସିଥାଏ ଏବଂ ଅଭିନୟ ସରିଲେ ଚାଲିଯାଏ ତା’ ବାଟରେ । ଏବେ ଏହି ଖବରକୁ ହିଁ ଦେଖିନିଅନ୍ତୁ । ଗୋଟିଏ ସ୍ଥାନରେ ଜନ୍ମ ନେଲେ , ପିଲାବେଳୁ ବାଲିଘରରେ ବାହାଘର ଖେଳ ଖେଳିଲେ,ଯୌବନରେ ପ୍ରେମ ଏବଂ ବିବାହ ବନ୍ଧନରେ ବାନ୍ଧି ହେଲେ , ଶେଷରେ ଗୋଟିଏ ଦିନରେ ହିଁ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ । ଶୁଣିଲେ କୌଣସି ସିନେମା କାହାଣୀ ପରି ଲାଗୁଥିଲେ ବି ଏଭଳି ଘଟଣା ଘଟିଛି ତାମିଲନାଡୁର ପୁଦୁକ୍କୋଟ୍ଟୁଈରେ ।
ସୂଚନାନୁସାରେ, ଅଙ୍ଗଲଗୁଡୀ ତହସିଲରେ ୧୦୪ ବର୍ଷର ବେତ୍ରବେଲଙ୍କର ମୃତ୍ୟୁ ହୋଇଥିଲା । ବେତ୍ରବେଲଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ତାଙ୍କ ୧୦୦ ବର୍ଷର ପତ୍ନୀ ପିଚାଈ ମଧ୍ୟ ସବୁଦିନ ପାଇଁ ଆଖି ବୁଜିଥିଲେ । ବେତ୍ରବେଲ ଏବଂ ପିଚାଈଙ୍କ ବନ୍ଧନ ଥିଲା ଅତୁଟ । ତାଙ୍କ ବିବାହକୁ ୭୫ ବର୍ଷ ହେବ । ସେ ଅଲଂଗୁଡୀ ତହସିଲର କୁପାକୁଡୀ ଦ୍ରାବୀଡ କଲୋନୀରେ ପିଲାବେଳୁ ରହିଆସୁଥିଲେ । ଦୁହେଁ ଯେତେବେଳେ ୯ ବର୍ଷର ହୋଇଥିଲେ, ସେବେଠାରୁ ସେମାନେ ବନ୍ଧୁ ଓ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଲଂଗୁଡି ଲୋକଙ୍କ ମଧ୍ୟରେ ଏହି ବୃଦ୍ଧ ଦମ୍ପତିଙ୍କ ଯୋଡି ସବୁଠୁ ଅଧିକ ଲୋକପ୍ରିୟ ଥିଲା । ସୋମବାର ରାତିରେ ହଠାତ୍ ବେତ୍ରବେଲଙ୍କ ଛାତିରେ ଯନ୍ତ୍ରଣା ଅନୁଭୁତ ହୋଇଥିଲା । ତାଙ୍କ ନାତି ଓ ଅଣନାତି ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯେତେବେଳେ ତାଙ୍କ ଶବକୁ ଅନ୍ତିମ ସଂସ୍କାର କରିବାକୁ ନିଆଯାଉଥିଲା । ଠିକ୍ ସେତିକି ବେଳେ ବେତ୍ରବେଲଙ୍କ ଶବକୁ ଦେଖି ତାଙ୍କ ପତ୍ନୀ ପିଚାଈ ଚେତାଶୂନ୍ୟ ହୋଇଯାଇଥିଲେ, ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସବୁଠୁ ବଡ କଥା ହେଉଛି ସ୍ୱାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ପିଚାଇ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ୬ ସନ୍ତାନ ଭିତରେ ୨୩ ନାତି ଓ ଅନେକ ନାତୁଣୀ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/1D274906512589-140805-today-simpson-tease-1630.jpg)
/kanak/media/post_attachments/wp-content/uploads/2019/11/couple_111319015234-300x222.jpg)