କନକ ବ୍ୟୁରୋ: ‘ଦ କେରଳ ଷ୍ଟୋରୀ’କୁ ନେଇ ବିରୋଧର ସ୍ୱର ଉଠିବା ପରେ ସେନ୍ସର ବୋର୍ଡ ଏଥିରେ କିଛି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । ବୋର୍ଡ ଏହାକୁ ପୂର୍ବରୁ ‘ଏ’ ସାଟିଫିକେଟ୍ ଦେଇସାରିଥିଲେ ବି ଫିଲ୍ମର କିଛି ସଂଳାପକୁ ପରିବର୍ତ୍ତନ କରାଯିବା ସହ ଫିଲ୍ମରୁ ୧୦ଟି ସିନକୁ ହଟାଇଛି ବୋର୍ଡ ।

Advertisment

କେଉଁ ଡାଏଲଗ୍ ହଟିଛି?
‘ଦ କେରଳ ଷ୍ଟୋରୀ’ରୁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ଅଚ୍ୟୁତାନନ୍ଦନଙ୍କ ସଂଳାପକୁ ହଟାଇଦିଆଯାଇଛି । ଏଥିରେ ସେ କହିଥିଲେ ଯେ, ୨ ଦଶକରେ କେରଳ ମୁସ୍ଲିମ୍ ଜନସଂଖ୍ୟାପୂର୍ଣ୍ଣ ରାଜ୍ୟ ହୋଇଯିବ । କାରଣ ଏଠାରେ ଯୁବଗୋଷ୍ଠୀଙ୍କୁ ଇସ୍ଲାମ ପାଇଁ ପ୍ରଭାବିତ କରାଯାଉଛି । ଫିଲ୍ମରୁ ସେ ସିନ୍ ମଧ୍ୟ ହଟାଇଦିଆଯାଇଛି ଯେଉଁଥିରେ ହିନ୍ଦୁ ଭଗବାନଙ୍କୁ ଭୁଲ ଭାବେ ପ୍ରଦର୍ଶୀତ କରାଯାଇଛି ।