କନକ ବ୍ୟୁରୋ: ଯିଏ ନିଜ ମା’କୁ ହରାଇଛି, ତାର ମାନସିକ ଅବସ୍ଥା କିଭଳି ଥିବ ଥରେ ଭାବନ୍ତୁ । ସେଭଳି ଜଣେ ଯୁବକଙ୍କୁ ଅନ୍ତିମ ସଂସ୍କାର ସମୟରେ ମା’ଙ୍କ ମୁହଁ ଦେଖିବା ପାଇଁ ୫ ହଜାର ଟଙ୍କା ଲାଂଚ ମାଗୁଛନ୍ତି ଶଶ୍ମାନ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ।
ବଡ଼ କଥା ହେଉଛି-ଯେତେବେଳେ ଶ୍ମଶାନ କର୍ମଚାରୀ ଜାଣିଲେ ମୃତକଙ୍କ ସମ୍ପର୍କୀୟ ଲାଂଚ ମାଗିବା କଥାକୁ ମୋବାଇଲ କ୍ୟାମେରାରେ କଏଦ କରୁଛନ୍ତି । ସଙ୍ଗେ ସଙ୍ଗେ ବଦଳିଗଲା ତାଙ୍କ ସ୍ୱର । ଓଲଟା କହିଲେ- ଲକ୍ଷେ ଟଙ୍କା ଦେଲେ ବି ମୁହଁ ଖୋଲିବେ ନାହିଁ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ କୃଷ୍ଣପୁର ଅଂଚଳ ଜଣେ ମହିଳାଙ୍କ ମୃତ୍ୟୁ ରାଙ୍କି କୋଭିଡ୍ ହସ୍ପିଟାଲରେ ହୋଇଥିଲା । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ହେବା ପରେ ଶ୍ମଶାନକୁ ଶବହାଦ କରିବାକୁ ଆଣିଥିଲେ । ହେଲେ ସେଠି ଶ୍ମଶାନ କର୍ମଚାରୀ ଶିଧେଶ୍ୱର ନାୟକ ମୃତ ମହିଳାଙ୍କ ମୁହଁ ଦେଖିବା ପାଇଁ ୫ ହଜାର ଟଙ୍କା ଲାଂଚ ମାଗିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/03d4cc1e-d71f-46de-82d9-8823d6c811d3.jpg)