ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଶିଖାଇବାକୁ ଉଦ୍ୟମ,ଛାତ୍ର କଂଗ୍ରେସ ସଭାପତି ସମେତ ୫ ଅଟକ

24

ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଶିଖାଇବାକୁ ଉଦ୍ୟମ କରି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କୁ  ଅଟକ ରଖିଛି ପୁଲିସ । ଇତିଶଙ୍କ ସମେତ ଛାତ୍ର କଂଗ୍ରେସର ମୋଟ୍ ୫ ଜଣଙ୍କୁ ଏୟାରଫିଲ୍ଡ ଥାନାରେ ଅଟକ ରଖିଛି ପୁଲିସ୍ । ନବୀନ ନିବାସ ନିକଟରେ ବର୍ଣ୍ଣବୋଧ ଧରି ବିକ୍ଷୋଭ କରୁଥିବା ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ୍ । ଗତକାଲି ଉତ୍କଳ ଦିବସ ଅବସରରେ ମଧ୍ୟ ଏଭଳି ଉଦ୍ୟମ କରୁଥିବା ବେଳେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.