କନକ ବ୍ୟୁରୋ : ପାରାଦୀପରେ ଉତ୍ସବର ମାହୋଲ । ବନ୍ଦରରେ କାର୍ଯ୍ୟରତ ସିପିଂ କମ୍ପାନୀର କର୍ମଚାରୀ ଏକାଠି ହୋଇ ଭୋଜିର ଆୟୋଜନ କରିବା ସହ ନାଚଗୀତ କରିଛନ୍ତି । ପିଏଚ୍ଓ ଡାକ୍ତର ରାଜେନ୍ଦ୍ର ନାରାୟଣଙ୍କ ଗିରଫଦାରୀ ପରେ ଖୁସି ମନାଇଛନ୍ତି ସିପିଂ କମ୍ପାନୀର କର୍ମଚାରୀ । ଏହି ମାମଲାର ଅଭିଯୋଗକାରୀ  ଏମିନେନ୍ସ କମ୍ପାନୀର କର୍ମଚାରୀ ଆଲୋକ ରାଉତଙ୍କୁ ଫୁଲ ମାଳ ପିନ୍ଧାଇବା ସହ ତାଙ୍କୁ କାନ୍ଧରେ ବସାଇ ନାଚିଛନ୍ତି । ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଡାକ୍ତର ରାଜେନ୍ଦ୍ର ନାରାୟଣଙ୍କ ଅତ୍ୟାଚାରରେ ଏହି ସିପିଂ କମ୍ପାନୀ ଗୁଡିକ ଅତିଷ୍ଠ ହୋଇପଡ଼ିଥିଲେ ।

Advertisment

ପାରାଦୀପ ବନ୍ଦରକୁ ପୂର୍ବରୁ ମଧ୍ୟ ସିବିଆଇ ପଶିଛି କିନ୍ତୁ ଏଥର ଡାକ୍ତରଙ୍କ ଗିରଫ କରି ସବୁଆଡ଼େ ଚର୍ଚ୍ଚା । ଜଣଙ୍କ ଗିରଫଦାରୀରେ ଖୁସି ମନାଇବା ପରି ଘଟଣା ଖୁବ୍ କମ ଦେଖିବାକୁ ମିଳେ । ଯାହା ଏବେ ପାରାଦୀପରେ ଦେଖିବାକୁ ମିଳିଛି । ୪ବର୍ଷ ହେଲା ଡାକ୍ତର ରାଜେନ୍ଦ୍ର ନାରାୟଣ ସିପିଂ କମ୍ପାନୀ କର୍ମଚାରୀଙ୍କୁ ହଇରାଣ କରୁଥିଲେ । ମାତ୍ର କେହି ପାଟି ଫିଟାଉନଥିଲେ । ତେବେ ଏମିନେନ୍ସ କମ୍ପାନି କର୍ମଚାରୀ ଆଲୋକ ରାଉତଙ୍କ ଅଭିଯୋଗ ପରେ ଚଢ଼ାଉ କରି ଡାକ୍ତରଙ୍କୁ ଗିରଫ କରିଥିଲା ସିବିଆଇ । ଯାହା ଏବେ ସମସ୍ତଙ୍କୁ ଆତ୍ମସନ୍ତୋଷ ଦେଇଛି ।