କନକ ବ୍ୟୁରୋ: ବ୍ରହ୍ମପୁର ସହରର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଜନତା ସିଟି ସେଣ୍ଟର୍ ଠାରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମହିଳାଙ୍କ ସମେତ କୁନି କୁନି ପିଲା ଭାଗ ନେଇଥିଲେ। ନନ୍ଦୀ , ବିଶାଲ , ତରୁଣ ଏବଂ ରବି, ସନ୍ତୋଷ ଏବଂ ଦିଲ୍ଲୀପ ସାରଙ୍କ ନେତୃତ୍ୱରେ ଯଥାକ୍ରମେ ଲଳିତା ଡାନ୍ସ ଏକାଡେମୀ, ସୁଜାତା ଡାନ୍ସ ଏକାଡେମୀ, ରକ୍ ଷ୍ଟାର ଡାନ୍ସ ଏକାଡେମୀ, ଡି ଡି ଏସ୍ ଡାନ୍ସ ଗ୍ରୁପ, ଷ୍ଟାର ଲାଇଟ୍ ଡାନ୍ସ ଷ୍ଟୁଡିଓର ଛାତ୍ର ଛାତ୍ରୀ ମାନେ ଆଧୁନିକ, ସମ୍ବଲପୁରୀ ଏବଂ ବିଭିନ୍ନ ଶୈଳୀର ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜନତା ସିଟି ସେଣ୍ଟର୍ ମାଲିକ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ସୁରେନ୍ଦ୍ର ସାହୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ, କାହ୍ନୁ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଜନତା ସିଟି ସେଣ୍ଟରରେ 'ରଜ ସ୍ପେଶାଲ ୨୦୨୪'
Advertisment
Follow Us