ହୋଲି ପାଳିଲେ ବିଦେଶୀ ମହିଳା କ୍ରିକେଟର, ବିଦେଶୀ ହୋଇ ବି ଭାରତୀୟ ସଂସ୍କୃତିକୁ ଦେଲେ ସମ୍ମାନ

192

କନକ ବ୍ୟୁରୋ : ହୋଲି ପାଳିଲେ ବିଦେଶୀ ମହିଳା କିକ୍ରେଟର । ପ୍ରଥମ ଥର ପାଇଁ ଆପିଏଲ ଢାଂଚାରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ବିଦେଶୀ ହୋଇ ଭରତର ସଂସ୍କୃତିକୁ ପାଳନ କରିଛନ୍ତି, ଆଉ ଭାରତୀୟଙ୍କ ଭଳି ହୋଲି ଭଳି ପବିତ୍ର ଉତ୍ସବରେ ସାମିଲ ହୋଇଛନ୍ତି । ଭାରତୀୟ ମହିଳା ଖେଳାଳୀଙ୍କ ସହ ବିଦେଶୀ ଖେଳାଳୀ ମାନେ ପରସ୍ପରକୁ ରଙ୍ଗବୋଳାବୋଳି ହୋଇଛନ୍ତି । ରୟାଲ ଚାଲେଞ୍ଜର ବାଙ୍ଗଲୋର ପକ୍ଷରୁ କିଛି ଫଟୋ ଶେୟାର ହୋଇଛି ଯେଉଁଥିରେ ଆରସିବି କ୍ୟାପଟେନ୍ ସ୍ମୃତି ମନ୍ଦାନା ଏବଂ ଅଲ ରାଉଣ୍ଡର ଏଲିସ୍ ପେରି ନିଜ ସାଥି ଖେଳାଳୀ ସୋଫି ଡିଭାଇନ୍ ଓ ମେଗାନ୍ ସ୍କଟଙ୍କ ସହ ହୋଳି ଖେଳିଛନ୍ତି । ଭାଇଚାରର ଏହି ପର୍ବରେ ଭାରତୀୟଙ୍କ ସହ ସାମିଲ ହୋଇ ପରସ୍ପରକୁ ରଙ୍ଗ ବୋଳିଛନ୍ତି ବିଦେଶୀ କ୍ରିକେଟର ।