କନକ ବ୍ୟୁରୋ: ୩ ଦିନ ହେଲା କଂଗ୍ରେସ ଭବନରେ ତାଲା ପଡିଥିବାବେଳେ, ଆଜି କଂଗ୍ରେସ ଭବନରେ ଦୁଇଟି ଚିତ୍ର ବେଶ ଚର୍ଚ୍ଚା ସାଉଁଟିଛି । ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ କଂଗ୍ରେସ ଭବନର ଦ୍ୱିତୀୟ ଗେଟରେ ତାଲା ଭାଙ୍ଗି ନେତା ଭିତରକୁ ପଶିଛନ୍ତି ଓ ପରସ୍ପର ଭିତରେ ମିଠା ବାଣ୍ଟି ଖୁସି ମନାଇଛନ୍ତି । ୧୦ ବର୍ଷ ପରେ ଦେଶକୁ ମିଳିଛି ବିରୋଧୀ ଦଳ ନେତା ।
- ରାହୁଲଙ୍କ ପାଇଁ ଖୁସି
- ମିଠା ବାଣ୍ଟିଲେ ବହିଷ୍କୃତ ନେତ୍ରୀ
କଂଗ୍ରେସ ଭବନରେ ତାଲା ପଡିଥିବା ମୁଖ୍ୟ ଫାଟକ ସାମ୍ନାରେ ୩ ଦିନ ହେଲା ଧାରଣାରେ ବସିଛନ୍ତି ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା । ସେ ବି ସାଧାରଣ ଲୋକଙ୍କୁ ମିଠା ବାଣ୍ଟି ରାହୁଲ ଗାନ୍ଧୀଙ୍କ ପାଇଁ ଖୁସି ମନାଇଛନ୍ତି । ଶ୍ରୀୟା ଦୁଃଖରେ କହିଛନ୍ତି. ଶରତ ପଟ୍ଟନାୟକଙ୍କ ପାଇଁ ସେ କଂଗ୍ରେସ ଭବନକୁ ଯାଇପାରୁନାହାନ୍ତି । ସେଥିପାଇଁ ଧାରଣାସ୍ଥଳରେ ମିଠା ବାଂଟିଛନ୍ତି ।
ଗତ ସପ୍ତାହରେ ପିସିସି ସଭାପତିଙ୍କୁ କାଳିମାଡ ଘଟଣାରେ ଶ୍ରୀୟାସ୍ମିତା ପଣ୍ଡାଙ୍କ ସହ ୫ଜଣଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତେବେ ପରାଜୟର ସମୀକ୍ଷା ନ କରି ଏଭଳି କଂଗ୍ରେସ ଭବନରେ ତାଲା ପଡିବା ଓ ହଠାତ୍ ତାଲା ଖେଲାଯାଇ ମିଠା ବଣ୍ଟାଯିବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/vlcsnap-2024-06-26-19h58m57s38.png)