କରୋନାର ଭୟ ଭିତରେ ଖୁସିର ମୂହୁର୍ତ୍ତ । ଢେଙ୍କାନାଳ କଳା ଗ୍ରାମରେ ଖୁବ୍ ଆଡମ୍ବରରେ ପାଳନ ହେଲା ତୃତୀୟ ବାର୍ଷିକ ଉତ୍ସବ ।

118

କନକ ବ୍ୟୁରୋ : କରୋନାର ଭୟ ଭିତରେ ଖୁସିର ମୂହୁର୍ତ୍ତ । ଢେଙ୍କାନାଳ ଜିଲ୍ଲାର କଳା ଗ୍ରାମରେ କଳାକାରଙ୍କ ନୃତ୍ୟରେ କମ୍ପିଲା ପରିବେଶ । ଖୁବ୍ ଆଡମ୍ବରରେ ପାଳନ ହେଲା ତୃତୀୟ ବାର୍ଷିକ ଉତ୍ସବ । ଆଦିବାସୀ ନୃତ୍ୟର ତାଳେତାଳେ ଛୁମିଲେ ଦର୍ଶକ ।

ଦୁଇ ବର୍ଷ ହେଲାଣି ଜୀବନ ଜିଇଁବା କଷ୍ଟକର ହୋଇପଡିଛି । କରୋନା କଟକଣା ସାଙ୍ଗକୁ ଭୂତାଣୁ ଭୟ ଭିତରେ ଜୀବନ-ଜୀବିକା ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରୁ କିଛି ସମୟର ବିରତି ନେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ ସମସ୍ତେ । ଆଦିବାସୀ ନୃତ୍ୟ, ଲଉଡି ଖେଳ ସାଙ୍ଗକୁ ନାମ ସଙ୍କୀର୍ତନରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି ।

କଳା ଓ କଳାକାରଙ୍କ ଉନ୍ନତି ପାଇଁ ୨୦୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ କଳା ଗ୍ରାମ ଘୋଷଣା କରାଯାଇଛି । ଢ଼େଙ୍କାନାଳ ଜିଲ୍ଲାର କଳା ଗ୍ରାମ ରାୟନୃସିଂହପୁରର ବାର୍ଷିକ ଉତ୍ସବ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶିତ କରୁଛନ୍ତି । କଙ୍କଡାହାଡ଼ର ଆଦିବାସୀ ନୃତ୍ୟ, ଗନ୍ଦିଆର କେନ୍ଦରା ଗୀତ, କାମାକ୍ଷାନଗର ବ୍ଲକ ସଂକୀର୍ତନ ଦର୍ଶକଙ୍କ ମନ ମୋହୁଛି ।

କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରହିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।