କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ନାଚଗୀତରେ ମସଗୁଲ ଲାଲବାହିନୀ : ସାମିଲ ହେଲେ ସୁକୁମା ଦାନ୍ତେୱାଡା ସୀମାବର୍ତି ଅଂଚଳର ବହୁ ସଂଖ୍ୟାରେ ଲୋକ; ୫ ମାସର ହିଂସାତ୍ମକ ଟିସିଓସି ପରେ ଖୁସି ମନାଇବାକୁ ଏକାଠି ହୋଇଛନ୍ତି ମାଓବାଦୀ

317

କନକ ବ୍ୟୁରୋ : କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ଘଂଚ ଜଙ୍ଗଲରେ ଗ୍ରାମବାସୀଙ୍କ ସହ ନାଚ ଗୀତରେ ମସଗୁଲ ଲାଲବାହିନୀ । ଦୀର୍ଘ ୫ମାସର ହିଂସାତ୍ମକ ଟିସିଓସି ପରେ ଏ ହେଉଛି ଖୁସି ମନାଇବାର ଚିତ୍ର । ଏ ଦୃଶ୍ୟ ହେଉଛି ସୁକୁମା ଦାନ୍ତେୱାଡା ସୀମାବର୍ତିୀ ଘଂଚ ଜଙ୍ଗଲର ।  ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଓବାଦୀମାନେ ଧୁମଧାମରେ ଏହାକୁ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତିଶଗଡ ଦାନ୍ତେୱାଡା, ସୁକୁମା, ବିଜାପୁର ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାବର୍ତି ଅଂଚଳର ପ୍ରାୟ ୨୧ ହଜାର ଗ୍ରାମବାସୀ ଯୋଗ ଦେଇଥିବା ନେଇ ମାଓ ସଂଗଠନ ଦାବି କରିଛି । ନାଚଗୀତ ସମେତ ଆଦିବାସୀଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ, ସଂଗୀତ ଆଦି ପ୍ରତିଯୋଗିତା ସହ ଭୋଜିଭାତର ଆସର ଜମିଥାଏ ଏହି ତିନିଦିନିଆ କଳା-ଗଜଗ କାର୍ଯ୍ୟକ୍ରମରେ ।

ବିଶେଷ କରି ମାଓବାଦୀମାନେ ପେବ୍ରୁଆରୀଠାରୁ ଜୁନ୍ ଶେଷ ପର୍ଯ୍ୟନ୍ତ ପୁଲିସ ବିରୋଧରେ ସେମାନଙ୍କର ଟିଓସି ଅର୍ଥାତ ଟ୍ୟାକ୍ଟିକାଲ କାଉଁଟର ଓଫେନ୍ସିଭ କ୍ୟାମ୍ପେନ ଜାରି ରଖିଥାନ୍ତି । ଆଉ ଟିସିଓସି ଶେଷ ହେବା ପରେ ସେଲିବ୍ରେସନ କରନ୍ତି । ଏହି ଭିଡିଓଟି ମାଓବାଦୀଙ୍କ ଦକ୍ଷିଣ ସବ୍ ଜୋନାଲ ବ୍ୟୁରୋ ପକ୍ଷରୁ ଜାରି କରାଯାଇଛି ।