ଦୁନିଆରେ ରହିଛି ଏମିତି ଦେଶ, ଯେଉଁଠି ନାହାନ୍ତି ଗୋଟିଏ ବି ମଶା । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ କେଉଁଠି ରହିଛି ଏହି ଦେଶ ?

208

କନକ ବ୍ୟୁରୋ: ମଶା ଏମିତି ଏକ କୀଟ ଯାହା ଦୁନିଆର ସମସ୍ତ ସ୍ଥାନରେ ରହିଥାନ୍ତି । ଆଉ ମଶାଙ୍କ ଆତଙ୍କରେ ମଧ୍ୟ ଲୋକମାନେ ଚିନ୍ତାରେ ରହିଥାନ୍ତି । ମଶାଙ୍କ ଯୋଗୁଁ ରାତିରେ ଲୋକମାନଙ୍କୁ ନିଦ ହୋଇ ନଥାଏ । ଏମାନଙ୍କଠାରୁ ବଞ୍ଚିବାକୁ ଲୋକମାନେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଅନେକ ଭୟଙ୍କର ରୋଗର କାରଣ ହୋଇଥାନ୍ତି ଏହି ମଶାମାନେ । ହେଲେ ଆଜି ଆମେ ଏମିତି ଏକ ଦେଶ କଥା କହିବୁ ଯେଉଁଠି ଗୋଟିଏ ବି ମଶା ଦେଖାଯାଆନ୍ତିନି । ଏହି ଦେଶ ଉତ୍ତର ଆଣ୍ଟାଲାଣ୍ଟିକ ମହାସାଗରରେ ଅବସ୍ଥିତ ଏକ ଆଇଲାଣ୍ଡ ।

ବିଶ୍ୱର ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୧୩ ଶହ ପ୍ରକାରର ଜୀବ ବାସ କରନ୍ତି । ହେଲେ ଏଥିରେ ମଶା ନାହାନ୍ତି । ଏହାର ପଡୋଶୀ ଦେଶ ଗ୍ରୀନଲାଣ୍ଡ, ସ୍କଟଲାଣ୍ଡ, ଡେନମାର୍କ ଭଳି ଦେଶରେ ପ୍ରବଳ ମଶା ରହିଥାନ୍ତି । ମଶା ନଥିବାରୁ ଏହି ଦେଶ ଲୋକଙ୍କର ପସନ୍ଦର ଦେଶ ହୋଇଥାଏ । ହେଲେ ଏହି ଆଇଲାଣ୍ଡରେ କାହିଁକି ମଶା ନାହାନ୍ତି । ଏହି ରହସ୍ୟମୟ ପ୍ରଶ୍ନର ଉତ୍ତର ଏବେ ଲୋକମାନେ ଖୋଜୁଛନ୍ତି ।

ଆଇଲାଣ୍ଡରେ ମଶା ନଥିବାରୁ ଅନେକ କାରଣ ସାମ୍ନାକୁ ଆସିଛି । କୁହାଯାଏ ମଶା ଅଣ୍ଡା ଦେବା ପାଇଁ ସ୍ଥିର ଜଳର ଆବଶ୍ୟକ । ଯେଉଁଠାରେ ମଶା ଅଣ୍ଡା ଦେଇଥାଏ ଆଉ ଅଣ୍ଡା ଲାବାରେ ପରିଣତ ହୋଇଥାଏ । ଏହି ଲାବାକୁ ଏକ ବିଶେଷ ତାପମାତ୍ରାର ଆବଶ୍ୟକତା ହୋଇଥାଏ, ଯାହା ସ୍ଥିର ଜଳରେ ମିଳିଥାଏ । ହେଲେ ଏହି ପୂରା ଚକ୍ର ପାଇଁ ଏଠାରେ କୌଣସି ସ୍ଥିର ଜଳ ବବା ପୋଖରୀ ନାହିଁ । ତେଣୁ ଏଠାରେ ମଶାମାନେ ନିଜ ବଂଶ ବିସ୍ତାର କରିପାରନ୍ତିନି ବୋଲି କୁହାଯାଏ ।

ସେହିପରି ଦ୍ୱିତୀୟ କାରଣ କୁହାଯାଏ ଯେ, ଆଇଲାଣ୍ଡରେ ତାପମାତ୍ରା ଖୁବ କମ ରହିଥାଏ । ଏଠାକାର ତାପମାତ୍ରା -୩୮ ଡିଗ୍ରୀ ସେଲିସିୟସ ପର୍ଯ୍ୟନ୍ତ ହୋଇଥାଏ । ଏଠାରେ ପାଣି ସହଜରେ ବରଫରେ ପରିଣତ ହୋଇଥାଏ । ଯାହାଫଳରେ ଏଠାରେ ମଶାମାନଙ୍କ ପ୍ରଜନନ ଅସମ୍ଭବ ହୋଇଯାଏ । ଆଉ ଏକ ସିଦ୍ଧାନ୍ତ ଅନୁସାରେ ଏଠାକାର ମାଟି ଓ ପାଣିର ସଂରଚନା ମଶା ମାନଙ୍କ ପାଇଁ ଅନୁକୂଳ ନୁହେଁ ।

ଏଠାରେ ସାପ ଓ ଅନ୍ୟ କିଛି ବିଷଧର କୀଟ ମଧ୍ୟ ଦେଖାଯାଆନ୍ତିନି । ୧୯୮୦ ମସିହାରେ ଆଇଲାଣ୍ଡର ଜଣେ ଜୀବ ବିଜ୍ଞାନୀ ଉଡାଜାହଜର କ୍ୟାବିନରୁ ଏକ ମଶାକୁ ଧରିଥିଲେ ଯାହାକୁ ଏବେ ଆଇଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ନ୍ୟାଚୁରାଲ ହଷ୍ଟ୍ରିର ଏକ ପରୀକ୍ଷାଗାରରେ ରଖାଯାଇଛି ।