ନିର୍ବାଚନ ସମୀକ୍ଷା ପାଇଁ ଓଡିଶାରେ ମୁଖ୍ୟ ନିର୍ବାଚନ କମିସନର ।ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ କରିବେ ସମୀକ୍ଷା, ନେତାଙ୍କ ସହ କରିବେ ଆଲୋଚନା ।

ନିର୍ବାଚନ ସମୀକ୍ଷା ପାଇଁ ଓଡିଶାରେ ମୁଖ୍ୟ ନିର୍ବାଚନ କମିସନର ।ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ କରିବେ ସମୀକ୍ଷା, ନେତାଙ୍କ ସହ କରିବେ ଆଲୋଚନା ।

କନକ ବ୍ୟୁରୋ : ଓଡିଶା ଗସ୍ତରେ ମୁଖ୍ୟ ନିର୍ବାଚନ କମିସନର । ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ୮ ଜଣିଆ ପ୍ରତିନିଧି ଦଳ ଆସିଛି ଓଡିଶା । ଗସ୍ତ ସମୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନ ଧରି ଏହି ସମୀକ୍ଷା ହେବ ।

ସେହିପରି ବିଭିନ୍ନ ରାଜନୈତିକ ଦଳ, ମୁଖ୍ୟସଚିବ, ଉନ୍ନୟନ କମିସନର, ପୋଲିସ ଡିଜି, ଗୃହ ସଚିବ, ଜିଲ୍ଲାପାଳ, ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରତିନିଧି ଦଳ ନିର୍ବାଚନରେ ବୁଥ ସ୍ତରରେ ବ୍ୟବହାର ହେବାକୁ ଥିବା ଇଭିଏମ ବାବଦରେ କରିବେ ଆଲୋଚନା । ନିର୍ବାଚନ ସମୟରେ କିଭଳି ବେଆଇନ୍ ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟ ଉପରେ ରୋକ୍ ଲାଗିବ ସେ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe