ଘୋଷଣା ହେଲା ନିର୍ବାଚନ ତାରିଖ । ଆସନ୍ତା ଏପ୍ରିଲ୍ ୧୧ରୁ ସାଧାରଣ ନିର୍ବାଚନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ ।
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ସପ୍ତଦଶ ଲୋକସଭା ନିର୍ବାଚନ ସହିତ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ମୋଟ୍ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ସେହିଭଳି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ସାଧାରଣ ନିର୍ବାଚନ । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଆସନ୍ତା ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟ, ୧୮ ଏପ୍ରିଲ ଦ୍ୱିତୀୟ ପର୍ଯ୍ୟାୟ, ୨୩ ଏପ୍ରିଲ ତୃତୀୟ ପର୍ଯ୍ୟାୟ, ଏବଂ ୨୯ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟ. ମେ ୬ରେ ପଞ୍ଚମ ପର୍ଯ୍ୟାୟ, ମଇ ୧୨ ଷଷ୍ଠ ପର୍ଯ୍ୟାୟ, ମେ ୧୯ରେ ସପ୍ତମ ପର୍ଯ୍ୟାୟ ଏବଂ ମେ ୨୩ରେ ହେବ ମତଗଣନା ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡିଶାରେ ୪ ପର୍ଯ୍ୟାୟରେ ହେବ ନିର୍ବାଚନ ମତଦାନ
- ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ ଲୋକସଭା ପାଇଁ ୧୧ ଏପ୍ରିଲରେ ମତଦାନ
- ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଆସନ ପାଇଁ ୧୮ ଏପ୍ରିଲରେ ମତଦାନ
- ତୃତୀୟ ପର୍ଯ୍ୟାୟରେ ଓଡିଶାର ୬ ଲୋକସଭା ପାଇଁ ୨୩ ଏପ୍ରିଲରେ ମତଦାନ
- ଚତୁର୍ଥ ପର୍ଯ୍ୟାୟରେ ଓଡିଶାର ୬ ଲୋକସଭା ପାଇଁ ୨୯ ଏପ୍ରିଲରେ ମତଦାନ
କେଉଁ ପର୍ଯ୍ୟାୟରେ କେବେ ଏବଂ କେତୋଟି ସିଟରେ ହେବ ନିର୍ବାଚନ
ପ୍ରଥମ ପର୍ଯ୍ୟାୟ: ୯୧ ଲୋକସଭା ଆସନ- ୨୦ ରାଜ୍ୟ
ଦ୍ୱିତୀୟ ପର୍ଯ୍ୟାୟ: ୯୭ ଲୋକସଭା ଆସନ- ୧୩ ରାଜ୍ୟ
ତୃତୀୟ ପର୍ଯ୍ୟାୟ: ୧୧୫ ଲୋକସଭା ଆସନ- ୧୪ ରାଜ୍ୟ
ଚତୁର୍ଥ ପର୍ଯ୍ୟାୟ: ୭୧ ଲୋକସଭା ଆସନ- ୯ ରାଜ୍ୟ
ପଂଚମ ପର୍ଯ୍ୟାୟ: ୫୧ ଲୋକସଭା ଆସନ- ୭ ରାଜ୍ୟ
ଷଷ୍ଠ ପର୍ଯ୍ୟାୟ: ୫୯ ଲୋକସଭା ଆସନ- ୭ ରାଜ୍ୟ
ସପ୍ତମ ପର୍ଯ୍ୟାୟ: ୫୯ ଲୋକସଭା ଆସନ- ୮ ରାଜ୍ୟ
ଅନ୍ୟପଟେ ଆଜିଠାରୁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାତି ୧୦ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରଚାର ଡ଼ାକବାଜି ଯନ୍ତ୍ରର ବ୍ୟବହାର ନିଷିଦ୍ଧ କରାଯାଇଛି । ସବୁଠାରୁ ବଡ଼କଥା ହେଲା ଯେ ପ୍ରଥମଥର ପାଇଁ ସୋସିଆଲ ମିଡ଼ିଆ ଉପରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି । ଆଚରଣ ବିଧି ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଅପରପକ୍ଷେ ସେହିଭଳି ଚଳିତ ଥର ମୋଟ୍ ୮କୋଟି ୪୩ଲକ୍ଷ ଅଧିକ ଭୋଟର ବଢ଼ିଛନ୍ତି । ନିର୍ବାଚନ ଆଚରଣ ସହିଂତା ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।