କନକ ବ୍ୟୁରୋ : ଗତ କାଲି ସେନାର ଏକ ହେଲିକପ୍ଟର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଓ ଅନ୍ୟ କର୍ମଚାରୀଙ୍କ ମର ଶରୀର ଆଜି ଦିଲ୍ଲୀର ପାଲମ୍ ବିମାନ ବନ୍ଦରରେ ପହଞ୍ଚିଛି । ରାତି ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ତିନି ସେନାର ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଦିଲ୍ଲୀରୁ ପାଲମ ବିମାନ ବନ୍ଦରରେ ପହଞ୍ଚିବେ ।
ଭାରତର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତଙ୍କ ବୁଧବାର ଦିନ ତାମିଲନାଡୁର କୁନ୍ନୁର ଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ବିପିନ ରାୱତଙ୍କ ପତ୍ନୀଙ୍କ ସମେତ ମୋଟ ୧୨ ଜଣ ପ୍ରାଣ ହରାଇଥିଲେ । ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଏନେଇ ସୂଚନା ଦେବା ସହ ସିଡିଏସ ଓ ମୃତ ସମସ୍ତ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସମସ୍ତ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏବେ ରାତି ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଳ ରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଅଜିତ ଡୋଭାଲ ସମେତ ୩ ସେନାର ପ୍ରମୁଖ ରାତି ୯ ଟାରେ ପାଲମ ବିମାନ ବନ୍ଦରରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେବେ ବୋଲି ସୂଚନା ମିିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/FGLBOaoUcAEj_rL.jpg)