କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ଏମଆଇ ସିରିଜ ଚୋପରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିବା ସୂଚନା, ତଦନ୍ତ ନିର୍ଦ୍ଦେଶ ଦେଲା ବାୟୁସେନା

ଗୁରୁତର ୨ସେନା ଅଧିକାରୀ ଉଦ୍ଧାର, ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି

309

କନକ ବ୍ୟୁରୋ : ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକ୍ୟାପ୍ଟରରେ ସିଡ଼ିଏସ ବିପିନ ରାୱତ୍ , ତାଙ୍କ ପରିବାର ଲୋକ ଏବଂ କିଛି କର୍ମଚାରୀ ଥିବା ସୂଚନା ମିଳିଛି । ସେନାର ଏମଆଇ-୧୭-ଭି-ଫାଇଭ ଚୋପର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ ।

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର ଯାଂଚ ଆଦେଶ ଦେଇଛି ବାୟୁସେନା । ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ମେଡ଼ିକାଲକୁ ପଠାଯାଇଛି । ଉଦ୍ଧାର ୨ ସେନା ଅଧିକାରୀ ୮୦ ଭାଗ ଜଳିଯାଇଥିବା ସ୍ଥାନୀୟ ଲୋକ କହୁଛନ୍ତି । ସିଡ଼ିଏସ ବିପିନ ରାୱତ୍ ଓ ତାଙ୍କ ପତ୍ନୀ ଓ କିଛି ସେନା ଅଧିକାରୀଙ୍କୁ ନେଇ ଯାଉଥିବା ବେଳେ ଖସିପଡ଼ି ଜଳିଯାଇଛି ସେନା ଚପର । କୋଏମ୍ବାଟୁରରୁ ସୁଲୁର ଭିତରେ ଏପରି ଦୁର୍ଘଟଣା ହୋଇଛି । ଦୁର୍ଘଟଣାର ଯାଞ୍ଚ ଆଦେଶ ଦେଲା ବାୟୁସେନା ।