କନକ ବ୍ୟୁରୋ: କିପରି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପ୍ର ଏମଆଇ ସେଭେଂଟିନ୍ । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଥିବା ବେଳେ ଯାନ୍ତ୍ରିକ ତ୍ରୁଟି କିମ୍ବା ଅବହେଳା ଜନିତ ନୁହେଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତିନି ସାମରିକ ସେବାର କୋର୍ଟ ପକ୍ଷରୁ କରାଯାଇଥିବା ତଦନ୍ତର ପ୍ରାଥମିକ ରିପୋର୍ଟରେ କୁହାଯାଇଛି - ଅଚାନକ ପାଗର ପରିବର୍ତନ ହୋଇଥିଲା । ଏବଂ ହେଲିକପ୍ଟର ବାଦଲ ଭିତରେ ପଶିଯିବାରୁ ଦୁର୍ଘଟଣାଗସ୍ତ ହୋଇଥିଲା । ନିୟନ୍ତ୍ରଣ ହରାଇଥିଲେ ପାଇଲଟ୍ ।
ଗତ ଡିସେମ୍ବର ୮ ତାରିଖ ଦିନ ତାମିଲନାଡୁର କନ୍ନୁର ଅଂଚଳରେ ଭାରତୀୟ ବାୟୁସେନାର ଏମଆଇ-ସେଭେନଟିନ୍-ଭି-ଫାଇବ୍ ହେଲିକପ୍ଟର ହଠାତ୍ ମଝି ଆକାଶରୁ ଖସିପଡିଲା । ଆଉ ହେଲିକପ୍ଟରରେ ଥିବା ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/1008914-chopper-crash-ani.jpg)