କନକ ବ୍ୟୁରୋ : ଜାମ୍ମୁ ଏୟାର ଷ୍ଟେସନ ଉପରେ ପାକିସ୍ତାନୀ ଡ୍ରୋନ ଆକ୍ରମଣକୁ ନେଇ ବଡ ବୟାନ ରଖିଛନ୍ତି ସିଡିଏସ ବିପିନ ରାୱତ । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ରାୱତ କହିଛନ୍ତି ଯେ, ପାକିସ୍ତାନ କେବଳ ଚେତାବନୀ ଦେବାକୁ ଡ୍ରୋନ ଆକ୍ରମଣ କରିଥିଲା । କୌଣସି ବିଶେଷ କ୍ଷତି ସହି ନାହିଁ ଭାରତ । ପାକିସ୍ତାନୀ ଡ୍ରୋନ୍ ଆମର କୌଣସି ଟାର୍ଗେଟକୁ ହିଟ୍ କରି ନାହିଁ । ଏଭଳି ହୋଇଥିଲେ ଆମର ପ୍ରତିକ୍ରିୟା ଭୀଷଣ ଭୟଙ୍କର ହୋଇଥାନ୍ତା ।

Advertisment

ତେବେ ପାକିସ୍ତାନୀ ଆକ୍ରମଣର ଜବାବ ଦିଆଯିବ କି ବୋଲି ପ୍ରଶ୍ନର ଉତରରେ ସିଡିଏସ୍ କହିଛନ୍ତି ଯେ, କେବେ ଓ କେଉଁ ସ୍ଥାନରେ ଜବାବ ଦିଆଯିବ, ତାହା ଭାରତ ସ୍ଥିର କରିବ । ଏଥିପାଇଁ ରାଜନୈତିକ ଇଚ୍ଛା ଶକ୍ତି ଅଛି ଓ ସେନା ମଧ୍ୟ ପ୍ରସ୍ତୁତ ଅଛି । ଏହାପୂର୍ବରୁ ସୀମା ସେପଟରୁ ଆକ୍ରମଣର ଉଚିତ ରଖିଛି ଭାରତ ।