କୁନ୍ନୁର ହେଲିକପ୍ଟର ଦୁର୍ଘଟଣା : ଚାଲିଗଲେ ବିପିନ...ବର୍ତ୍ତିଗଲେ ବରୁଣ

Advertisment
କୁନ୍ନୁର ହେଲିକପ୍ଟର ଦୁର୍ଘଟଣା : ଚାଲିଗଲେ ବିପିନ...ବର୍ତ୍ତିଗଲେ ବରୁଣ

କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସଂପର୍କରେ ଆଜି ସଂସଦକୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ କହିଛନ୍ତି, ୮ ଡିସେମ୍ବରରେ ଭାରତୀୟ ବାୟୁସେନାର ବିମାନ ଯେଉଁଥିରେ ସିଡିଏସ ବିପିନ୍ ରାୱତ ଥିଲେ ତାହା ଦୁର୍ଘଟଣାର ଶିକାର ହୋଇଛି । ବିପିନ୍ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ବାୟୁସେନା ସଦସ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସଂସଦରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ସଂସଦରେ ସିଡିଏସ ରାୱତଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଶ୍ରଦ୍ଧଞ୍ଜଳୀ ଦିଆଯାଇଛି । ଏଥିସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ରାଜନାଥ ସିଂ କହିଛନ୍ତି । ଏୟାର ମାର୍ସଲ ମାନଭେନ୍ଦ୍ର ସିଂହଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ଏବଂ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ଗତକାଲି ଠାରୁ ପହଂଚି ତଦନ୍ତ କରୁଛନ୍ତି । ସେପଟେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଚିକିତ୍ସା ଜାରିରହିଛି । ଲାଇଫ ସର୍ପୋଟ ସିଷ୍ଟମରେ ତାଙ୍କୁ ରଖାଯାଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

publive-image

ବାରମ୍ବାର ବର୍ତ୍ତିିଛନ୍ତି ବରୁଣ : 
- କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରୁ କେବଳ ବର୍ତ୍ତିଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂ
- ୱେଲିଂଟନ ସେନା ହସ୍ପିଟାଲରେ ଲାଇଫ ସପୋର୍ଟ ସିଷ୍ଟମରେ ଅଛନ୍ତି ବରୁଣ
- ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲେ ମଧ୍ୟ ସ୍ଥିର ଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ
- ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ସତ୍ୱେ ତେଜସ ଯୁଦ୍ଧ ବିମାନକୁ ସାହସିକତାର ସହ କରିଥିଲେ ଅବତରଣ
- ଗତ ଅଗଷ୍ଟରେ ତାଙ୍କୁ ସେନା ପକ୍ଷରୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା
- ସିଡିଏସଙ୍କୁ ପାଛୋଟି ନେବା ପାଇଁ ୱେଲିଂଟନ ଡିଫେନ୍ସ ଷ୍ଟାଫ କଲେଜରୁ ଆସିଥିଲେ ବରୁଣ
- ଗ୍ରୁପ କ୍ୟାକଟେନ୍ ବରୁଣ ସିଂଙ୍କ ଘର ପୂର୍ବ ଉତ୍ତର ପ୍ରଦେଶର ଦେଓରିଆ ଅଂଚଳରେ
- ବରୁଣଙ୍କ ବାପା ଓ ଭାଇ ମଧ୍ୟ ଭାରତୀୟ ସେନାରେ ଦେଶର ସେବା କରିଛନ୍ତି
- ବାପା ସ୍ଥଳସେନାର ଏୟାର ଡିଫେନ୍ସ ଏବଂ ଭାଇ ନୌସେନାର ଅଫିସର

ଗତକାଲି ସେନା ବିମାନ ଦୁର୍ଘଟଣା ଘଟଣାରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ମିଲିଟାରୀ ହସ୍ପିଟାଲରୁ ମାଡ଼୍ରାସ ରେଜିମେଂଟକୁ ଅଣାଯାଇଛି । ବିମାନ ଦୁର୍ଘଟଣାରେ ସିଡ଼ିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଶ୍ରଦ୍ଧାଂଜଳୀ ଦେଇଛନ୍ତି । ତାମିଲନାଡ଼ୁ ନିଳଗିରି ଜିଲ୍ଲାର ମାଡ଼୍ରାସ ରେଜିମେଂଟରେ ସିଡ଼ିଏସଙ୍କ ସମେତ ଅନ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ଏମକେ ଷ୍ଟାଲିନ୍ । ସେନାର ବିମାନ ଯୋଗେ ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

publive-image

ହେଲିକପ୍ଟର ଦୁର୍ଘଟଣା ସମୟର ଭିଡିଓ ସନ୍ଦେହ
ଜଣେ ପର୍ଯ୍ୟଟକ କରିଥିଲେ ଏହି ଭିଡିଓ
ଭିଡିଓଟିକୁ ଦେଇଛି ସମ୍ବାଦ ସରବରାହ ସସ୍ଥା ଏଏନଆଇ
ଏହି ହେଲିକପ୍ଟରରେ ସିଡିଏସ ଥିବା ଅନୁମାନ
ରେଳ ଧାରଣା ପାଖରେ ଥିଲେ କିଛି ପର୍ଯ୍ୟଟକ
ଶବ୍ଦ ଶୁଣି ହେଲିକପ୍ଟର ଖସୁଥିବା ଜାଣିପାରିଲେ
ହେଲିକପ୍ଟର ଖସୁଥିବା ଦେଖି ଭିଡିଓ କଲେ

publive-image

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ଯ୍ୟରତ ରାଣ ପ୍ରତାପ ଦାସ ସେହି ହେଲିକପ୍ଟରରେ ଥିବା ଜଣାପଡିଛି । ସହିଦ ରାଣା ପ୍ରତାପଙ୍କ ଘର ଅନୁଗୋଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁରରେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି । ସେ ବିହାରରେ ଗୟାରେ ବିବାହ କରିଥିଲେ । ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ୧୩ ଜଣ ଯବାନଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ସିଡିଏସଙ୍କ ଶେଷକଥା
- କୁହାଯାଉଛି କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ମଧ୍ୟ ଜୀବିତ ଥିଲେ ସିଡିଏସ
- ଉଦ୍ଧାର କରିଥିବା ସ୍ଥାନୀୟ ଲୋକଙ୍କୁ ନିଜ ପରିଚୟ ଦେଇଥିଲେ ଜେନେରାଲ ରାୱତ
- ହେଲେ ହସ୍ପିଟାଲ ନେବା ବାଟରେ ଜେନେରାଲ ବିପିନ ରାୱତ ଆଖି ବୁଜିଥିବା ସୂଚନା
- ୨୦୧୫ରେ ସିଡିଏସ ବିପିନ ରାୱତଙ୍କ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା
- ନାଗାଲାଣ୍ଡର ଦିମାପୁରରେ ଫେବ୍ରୁଆରୀ ୩ରେ ହୋଇଥିବା ଦୁର୍ଘଟଣାରେ ବର୍ତ୍ତି ଯାଇଥିଲେ
- ହେଲେ ଗତକାଲି ୱେଲିଂଟନ ଡିଫେନ୍ସ ଷ୍ଟାଫ କଲେଜ ଯିବାବେଳେ ହୋଇଛି ଦେହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe