ସିସିଟିଭି ନଜରରେ ସାରା ସହର: ସାବାଡ ହେବେ ଅପରାଧୀ ଓ ଗଞ୍ଜେଇ ମାଫିଆ । କୋରାପୁଟକୁ ଜଗିବ ସିସିଟିଭି କ୍ୟାମେରା...

ସିସିଟିଭି ନଜରରେ ସାରା ସହର: ସାବାଡ ହେବେ ଅପରାଧୀ ଓ ଗଞ୍ଜେଇ ମାଫିଆ । କୋରାପୁଟକୁ ଜଗିବ ସିସିଟିଭି କ୍ୟାମେରା...

କନକ ବ୍ୟୁରୋ: ସିସଟିଭି ନଜରରେ ରହିବ କୋରାପୁଟ । ସାବଧାନ ଅପରାଧୀ । ରାସ୍ତାରେ ବଦମାସ୍ କରୁଥିବା ଲୋକେ ବି ସାବଧାନ । ଆଉ ସହଜରେ ପୋଲିସ ଆଖିରୁ ଖସି ପାରିବେନି ଅପରାଧି । କୋରାପୁଟ ଜିଲ୍ଳା ରହିବ ୨୪ ଘଂଟିଆ ସିସିଟିଭି ନଜରରେ । ଦେଖନ୍ତୁ ଏହି ରିପୋର୍ଟ ।

ଅପରାଧି ଓ ଗଞ୍ଜେଇ ମାଫିଆଙ୍କୁ ସାବାଡ଼ କରିବ କୋରାପୁଟ ପୋଲିସ । ଅନ୍ୟ ଜିଲ୍ଲା ଭଳି ପୁଲିସ ଆରମ୍ଭ କଲା ସିସିଟିଭି ଅଭିଯାନ । ଅସମାଜିକ ଲୋକ ଓ ରୋଡ଼ ରୋମିଓ, ପକେଟ ମାର ସାଙ୍ଗକୁ ଲୁଟେରାଙ୍କ ଉପରେ ନଜର ରଖିବ ସିସିଟିଭି । ଆଉ ଖସି ପାରିବେନି ଅପରାଧି । ଜିଲ୍ଳାର ପ୍ରତ୍ୟେକ ସହରରେ ଲାଗିବ ସିସିଟିିଭି । ମେଗା ପିକ୍ସେଲ୍ ମୋଟରାଇଜଡ଼୍ ଜୁମ୍ କ୍ୟାମେରା ଜରିଆରେ ରାସ୍ତାରେ ଘଟୁଥିବା ଟିକନିକ୍ ଘଟଣା ଉପରେ ନଜର ରଖିବ ପୁଲିସ । ସହରରେ ଲାଗିଥିବା ସବୁ କ୍ୟାମେରାର କଂଟ୍ରୋଲ ରୁମ ରହିବ ସହର ନିକଟ ଥାନାରେ । ଆଉ ଏହାରକୁ ଅପରେଟ୍ କରିବା ପାଇଁ ରହିବେ ସ୍ୱତନ୍ତ୍ର ଅଧିକାରୀ ।

ପ୍ରଥମ ପର୍ଯ୍ୟାୟରେ କୋଟପାଡ଼ର ପ୍ରମୁଖ ସ୍ଥାନରେ ୩୫ଟି କ୍ୟାମେରା ଲାଗିଛି । କୋରାପୁଟ ଜିଲ୍ଳାର ବାଣିଜ୍ୟ କେନ୍ଦ୍ର କୁହାଯାଉଥିବା ଜୟପୁରରେ ଲାଗିଛି ୯୨ଟି ହାଇରିଜୋଲ୍ୟୁସନ୍ କ୍ୟାମେରା । ସେହିଭଳି ସୁନାବେଡ଼ା ଓ ସେମିଳିଗୁଡ଼ର ସବୁ ଛକ ଓ ସମ୍ବେଦନଶୀଳ ସ୍ଥାନରେ ଲାଗିଛି ପ୍ରାୟ ୬୨ଟି କ୍ୟାମେରା । ଆସନ୍ତା ୨୪ ତାରିଖ ସୁଦ୍ଧା ସିସିଟିଭି ଲଗାଇବା କାମ ଶେଷ ହେବ ।

ସେହିଭଳି ସିସିଟିଭି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ, ଦାମନଯୋଡ଼ି, ବୈପାରିଗୁଡ଼ା, ପଟାଙ୍ଗିରେ ସିିସିଟିଭି କ୍ୟାମେରା ଲାଗିବ । ପଲିସର ଏହି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଥିବା ବେଳେ ଏହାର ସଠିକ୍ ବ୍ୟବହାର ହେଲେ ସହରରେ ଲୁଟ୍ ଓ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe