କନକ ବ୍ୟୁରୋ : ଖୁବ୍ ଶୀଘ୍ର ସାମ୍ନାକୁ ଆସି ପାରେ ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣର ସତ । ପ୍ରାଥମିକ ଅନୁସନ୍ଧାନରୁ କିଛି ନୂଆ ତଥ୍ୟ ମିଳିଥିବା ନେଇ ବିଶେଷ ସୂତ୍ରରୁ କନକ ନ୍ୟୁଜକୁ ସୂଚନା ମିଳିଛି । ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ଅଧିକାରୀଙ୍କ ଅବହେଳ ଯୋଗୁଁ ଏଭଳି ଏକ ବିସ୍ପୋରଣ ଘଟିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସିସିଟିଭିର ଦୃଶ୍ୟରୁ ଯାହା ଜଣାପଡୁଛି ଗ୍ୟାସ ଟାଙ୍କିରେ ହାଇଡ୍ରୋଲିକ୍ ପ୍ରେସର ଚେକ୍ କରାଯାଉଥିଲା । ପ୍ରେସର ଯାଂଚ ସମୟରେ ଏଭଳି ଏକ ଅଘଟଣ ଘଟିଛି । ତେବେ ପ୍ରେସରେ ଯାଂଚ ବେଳେ ସେଠାରେ ଆଇଓସିଏଲ୍ ଅଧିକାରୀ ଓ ଥାର୍ଡପାର୍ଟି କଂଟ୍ରାକ୍ଟର ଉପସ୍ଥିତ ଥିଲେ ନା ନାହିଁ ସେନେଇ ତଦନ୍ତ ଚାଲିଛି । ଗତ ୭ ତାରିଖରେ ଘଟିଥିବା ଦୁର୍ଘଟଣାସ୍ଥଳରେ ୩ ରୁ ୪ ଜଣ ଉପସ୍ଥିତ ଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡିଥିବା ବିଶେଷ ସୂତରରୁ ସୂଚନା ମିଳିଛି ।
ତେବେ ପେଟ୍ରୋଲ ପମ୍ପରେ ଏସଓପି ଅନୁସାରେ କାମ ହେଉଥିଲା ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଅଧିକ ତଦନ୍ତ ହେଲେ ବିସ୍ଫୋରଣର ପୁରା ସତ ସାମ୍ନାକୁ ଆସିବ ।