ଧାନ ମଣ୍ଡିରେ ଦଲାଲଙ୍କୁ ଜଗିବ ସିସିଟିଭି । ବିଦ୍ୟୁତ ନଥିବା ମଣ୍ଡିରେ ଧାନକିଣା ପ୍ରକ୍ରିୟାର କରାଯିବ ଭିଡିଓଗ୍ରାଫି

180

କନକ ବ୍ୟୁରୋ : ଧାନ ମଣ୍ଡିରେ ଦଲାଲଙ୍କୁ ଜଗିବ ସିସିଟିଭି । ମଣ୍ଡିରୁ ଦଲାଲ ଓ ମଧ୍ୟସ୍ତିଙ୍କୁ ଦୂରେଇ ରଖିବା ଲାଗି ଅଭିନବ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଚଳିତ ଖରିପ ଧାନ କ୍ରୟ ଲାଗି ପ୍ରଶାସନ ମୋଟ ୬୫ଟି ମଣ୍ଡିରେ ୭ ଲକ୍ଷ ୫୦ ହଜାର କ୍ୱିଂଟାଲ ଧାନ କ୍ରୟ ଲାଗି ସ୍ଥିର ହୋଇ ଥିବା ବେଳେ ସମସ୍ତ ମଣ୍ଡିରେ ସିସିଟିଭି ଲାଗାଇବା ସହ ବିଦ୍ୟୁତ ନ ଥିବା ମଣ୍ଡିରେ ଧାନ କ୍ରୟ ପ୍ରକ୍ରୀୟାର ସମ୍ପୁର୍ଣ ଭିଡିଓଗ୍ରାଫି କରାଯିବ ।

ଏନେଇ ଆଜି ମଣ୍ଡି ଉଦଘାଟନ ଅବସରରେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ୟେଦୁଲା ବିଜୟ । ଏଥି ସହ ଚାଷୀ ଧାନ ବିକ୍ରି ଲାଗି ବ୍ୟକ୍ତିଗତ ଉପସ୍ଥିତି ଓ ବାୟୋମାଟ୍ରିକ୍ସ ଜରୁରୀ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।

Comments are closed.