କନକ ବ୍ୟୁରୋ : ଧାନ ମଣ୍ଡିରେ ଦଲାଲଙ୍କୁ ଜଗିବ ସିସିଟିଭି । ମଣ୍ଡିରୁ ଦଲାଲ ଓ ମଧ୍ୟସ୍ତିଙ୍କୁ ଦୂରେଇ ରଖିବା ଲାଗି ଅଭିନବ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଚଳିତ ଖରିପ ଧାନ କ୍ରୟ ଲାଗି ପ୍ରଶାସନ ମୋଟ ୬୫ଟି ମଣ୍ଡିରେ ୭ ଲକ୍ଷ ୫୦ ହଜାର କ୍ୱିଂଟାଲ ଧାନ କ୍ରୟ ଲାଗି ସ୍ଥିର ହୋଇ ଥିବା ବେଳେ ସମସ୍ତ ମଣ୍ଡିରେ ସିସିଟିଭି ଲାଗାଇବା ସହ ବିଦ୍ୟୁତ ନ ଥିବା ମଣ୍ଡିରେ ଧାନ କ୍ରୟ ପ୍ରକ୍ରୀୟାର ସମ୍ପୁର୍ଣ ଭିଡିଓଗ୍ରାଫି କରାଯିବ ।
ଏନେଇ ଆଜି ମଣ୍ଡି ଉଦଘାଟନ ଅବସରରେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ୟେଦୁଲା ବିଜୟ । ଏଥି ସହ ଚାଷୀ ଧାନ ବିକ୍ରି ଲାଗି ବ୍ୟକ୍ତିଗତ ଉପସ୍ଥିତି ଓ ବାୟୋମାଟ୍ରିକ୍ସ ଜରୁରୀ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/43-7.jpg)