କନକ ବ୍ୟୁରୋ: ସାମ୍ନାକୁ ଆସିଲା ବରଗଡ ଅମ୍ବାଭୋନା ଥାନା ଭଙ୍ଗା ଘଟଣାର ସିସିଟିଭି ଫୁଟେଜ । କନକ ନ୍ୟୁଜ ହାତରେ ଲାଗିଛି ଏହି ଏକ୍ଲକ୍ଲସିଭ୍ ଫୁଟେଜ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଯୁବକ ଥାନା ଭିତରେ ପ୍ରବେଶ କରୁଛନ୍ତି ଏବଂ ଟେବୁଲ ଉପରେ ଥିବା କମ୍ପ୍ୟୁଟରକୁ କଚାଡି ଦେବା ସହିତ ତାର ଛିଣ୍ଡାଇ ଦେଉଛନ୍ତି । ଅଭିଯୋଗ ରହିଥିଲା ଯେ, ଥାନାର ସିସିଟିଭି ହାର୍ଡଡିସ୍କକୁ ଭାଙ୍ଗି ଦେଇଥିଲେ ତେଣୁ ଅଭିଯୁକ୍ତକୁ ଚିହ୍ୱଟ କରିବା କଷ୍ଟକର ହୋଇପଡିବ । ଏବେ କିନ୍ତୁ କନକ ନ୍ୟୁଜ ହାତରେ ଲାଗିଛି ଥାନା ଭଙ୍ଗା ଘଟଣାର ଲାଇଭ୍ ଫୁଟେଜ । ଯେଉଁ ଚିତ୍ର ହିଁ ବୟାନ କରୁଛି, ସେତେବେଳେ ଉତ୍ୟକ୍ତ ଯୁବକ କିଭଳି ଆଇନକୁ ହାତକୁ ନେଇଥିଲେ ।
କିଛି ଯୁବକ ସ୍ଥାନୀୟ ଅଞ୍ଚଳରେ ବଣଭୋଜି କରୁଥିଲେ । ସେଠାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅମ୍ବାଭୋନା ପୋଲିସ ରେଡ୍ କରିଥିଲା । କିନ୍ତୁ ଖାଲି ହାତରେ ଫେରିଥିଲା । ଏହି ସମୟରେ କିନ୍ତୁ ଯୁବକମାନଙ୍କ ସହ ପୋଲିସର ବଚସା ହୋଇଥିଲା । ପରେ ଉତ୍ୟକ୍ତ ଲୋକ ଥାନା ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ୬ ଜଣଙ୍କୁ ପୋଲିସ ଏହି ମାମଲାରେ ଗିରଫ କରିଛି । ୧୦୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଭଟଲି ବିଧାୟକଙ୍କ ସମ୍ପୃକ୍ତି ଥିଲେ ବି ତାଙ୍କୁ କାହିଁକି ଗିରଫ କରାଯାଇନି ସେ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/7-8.jpg)