ସିସିଟିଭିରେ କଏଦ ହେଲା ଆତ୍ମହତ୍ୟାର ଲାଇଭ ଦୃଶ୍ୟ ! ଜାଣନ୍ତୁ କେଉଁଠାରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା

1,018
କନକ ବ୍ୟୁରୋ : ଚଳନ୍ତା ଟ୍ରକ ତଳେ ମୁଣ୍ଡ ରଖି ଆତ୍ମହତ୍ୟା କଲେ ଯୁବକ । ଘଟଣା ଜାଣିବା ପରେ ସମସ୍ତେ ଚକିତ । କାହିଁକି ଯୁବକ ଜଣକ ଆତ୍ମହତ୍ୟା କଲେ ? କଣ ରହିଥିଲା ଘଟଣା ପଛର ପୂରା କାହାଣୀ । ଏମିତି ଅନେକ ପ୍ରଶ୍ନ ଏହି ଦୃଶ୍ୟ ଦେଖିଥିବା ବ୍ୟକ୍ତିଙ୍କ ମନରେ ନିଶ୍ଚିତ ଭାବରେ ଆସିଥିବ । ଆସିବା ମଧ୍ୟ ସ୍ୱାଭାବିକ । ତେବେ ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ଶନିବାର ଅପରାହ୍ଣରେ ସର୍ବସମ୍ମୁଖରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଏହି ଆତ୍ମହତ୍ୟା ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ବି କଏଦ୍ ହୋଇଛି। ନୂଆପଡ଼ା ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇଛି।
ଶନିବାର ଅପରାହ୍ଣରେ ନୂଆପଡ଼ା ଏନଏସି ୱାର୍ଡ ନଂ ୧୩ ମହୁଆଭଟା ଗ୍ରାମର ରାଜୁ ଶବର ନୂଆପଡ଼ା ଥାନା ସମ୍ମୁଖକୁ ଆସିଥିଲେ। ୩୫୩ ନମ୍ବର ଜାତୀୟ ରାଜପଥରେ ୪ଟା ୧୫ରେ ଠିଆ ହୋଇଥିଲେ। ଏହି ସମୟରେ ଖରିଆର ରୋଡ଼ ଅଭିମୁଖେ ଏପି ୩୯ ପି ୪୫୭୯ ନମ୍ବର ଥିବା ଟ୍ରକ ଯାଉଥିଲା। ରାଜୁ ଶବର ଉଭୟ ପାର୍ଶ୍ବକୁ ଦେଖି ଟ୍ରକର ପଛ ଚକ ତଳେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଫଳରେ ଟ୍ରକଟି ତାଙ୍କ ଉପରେ ଚଢ଼ି ଯାଇଥିଲା ଏବଂ ଘଟଣାସ୍ଥଳରେ ରାଜୁଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାକୁ ଦେଖିଥିବା କେତେ ଲୋକ ମଧ୍ୟ ଆଶ୍ଚର‌୍ୟ୍ୟ ଓ ଚକିତ ହୋଇଯାଇଥିଲେ । ତେବେ କାହିଁକି ଯୁବକ ଜଣକ ଏପରି ପଦକ୍ଷେପ ନେଲେ ତାହା ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ । ହେଲେ ଘଟଣାର ତଦନ୍ତ ପୋଲିସ ଜାରି ରଖିଛି ।

Comments are closed.